କାମ ଦେବନି ନିରଂଜନଙ୍କ ଅର୍ଥ ଓ ବାହୁ ବଳ : ବଦ୍ରି

କେନ୍ଦୁଝର () ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟରଙ୍କ ଇଭିଏମରେ ସିଲ ହୋଇଥିବା ବେଳେ ଚର୍ଚ୍ଚାରେ ରହିଛି କିଛି ହାଇପ୍ରୋଫାଇଲ ନିର୍ବାଚନମଣ୍ଡଳୀ । ସେ ମଧ୍ୟରୁ କେନ୍ଦୁଝର ଜିଲ୍ଲାର ଘସିପୁରା ଅନ୍ୟତମ । କାରଣ ଏହି ନିର୍ବାଚନମଣ୍ଡଳୀରେ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ବିରୋଧରେ ଲଢୁଥିଲେ ତାଙ୍କର ପାରମ୍ପାରିକ ରାଜନୈତିକ ପ୍ରତିଦ୍ୱନ୍ଦ୍ୱି ପିସିସି ସଭାପତି ନିରଂଜନ ପଟ୍ଟନାୟକ । କେନ୍ଦୁଝର ଜିଲ୍ଲାର ଏହି ଦୁଇ ନେତାଙ୍କ ଲଢେଇ ଜିଲ୍ଲା ରାଜନୀତିକୁ ସରଗରମ କରିଥିଲା ।

ଗତ ୨୧ ତାରିଖ ତୃତୀୟ ପର୍ଯ୍ୟାୟ ପ୍ରଚାର ଶେଷ ହେବା ପରେ ଉଭୟ ପରସ୍ପର ବିରୋଧରେ ରାଜନୈତିକ ଆକ୍ରମଣର ଅଭିଯୋଗ ଆଣିଥିଲେ । ପ୍ରଚାର ଆରମ୍ଭ ଦିନରୁ ହିଁ ଉଭୟଙ୍କ ମଧ୍ୟରେ ପ୍ରତିଯୋଗିତାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିଲା । ତେବେ ଆଜି ଭୋଟ ଗ୍ରହଣ ଶେଷ ହେବା ପରେ ବଦ୍ରି ପାତ୍ର ଦାବି କରିଛନ୍ତି ଯେ, ପିସିସି ସଭାପତି ଏଥର ବି ଚିତପଟାଙ୍ଗ ମାରିବେ । ସେ ଅତି କମରେ ୮୦ ହଜାର ଭୋଟ ବ୍ୟବଧାନରେ ବିଜୟୀ ହେବେ । କଂଗ୍ରେସର ମିଛ ପ୍ରତିଶ୍ରୁତି ଓ ଗୁଣ୍ଡାରାଜକୁ ଲୋକେ ୨୦୦୦ ମସିହାରୁ ପ୍ରତ୍ୟାକ୍ଷାନ କରିଛନ୍ତି । ସେଥିପାଇଁ ଓଡିଶାରେ କଂଗ୍ରେସ ସରକାର ଗଠନ କରିବାର ସ୍ୱପ୍ନ ସ୍ୱପ୍ନରେ ହିଁ ରହିଯାଇଛି ।

ନିରଂଜନ ପଟ୍ଟନାୟକ ଘସିପୁରାରେ ନିଜ ପତିଆରା ବୃଦ୍ଧି ପାଇଁ କଳାଟଙ୍କାର ବର୍ଷା କରି ଭୋଟରଙ୍କୁ କିଣିବାକୁ ଚେଷ୍ଟା କରିଛନ୍ତି । କିନ୍ତୁ ସେଥିରେ ସେ ସଫଳ ହେବେନାହିଁ । ଲୋକେ କଳାଟଙ୍କାର କଳା ପ୍ରତିଶୃତିକୁ ପ୍ରତ୍ୟାକ୍ଷାନ କରି ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ, ନିର୍ମଳ ଓ ଦୁର୍ନୀତିମୁକ୍ତ ପ୍ରଶାସନକୁ ପୁଣି ଥରେ ଭରସା କରିଛନ୍ତି । କଂଗ୍ରେସ ସପକ୍ଷରେ ମତଦାନ କରି ପୁଣି ଥରେ ଦୁର୍ନୀତି ଓ ପ୍ରିୟାପ୍ରିତିର ସରକାର ଦ୍ୱାରା ଶାସିତ ହେବାକୁ ଚାହୁଁନାହାଁନ୍ତି ବୋଲି ବାର୍ତ୍ତା ଦେଇଥିବା ସେ କହିଛନ୍ତି । ନିରଂଜନ କେବଳ ଘସିପୁରାରେ ପରାଜୟର ସ୍ୱାଦ ଚାଖିବେନି, ଭଣ୍ଡାରିପୋଖରୀରେ ବି ହାରିବେ । ତାଙ୍କର ଅର୍ଥ ଓ ବାହୁ ବଳ ଭୋଟରଙ୍କୁ ପ୍ରଭାବିତ କି ଭ୍ରମିତ କରିପାରିବ ନାହିଁ ବୋଲି ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

12 − 9 =