ସରଗରମ ହେଉଛି ବିଜେପୁର ରାଜନୀତି

ବରଗଡ() ସରଗରମ ହେଉଛି ବରଗଡ ଜିଲ୍ଲା ବିଜେପୁର ରାଜନୀତି । ବିଜେପୁର ନିର୍ବାଚନକୁ ଆଉ ମାତ୍ର ୯ ଦିନ । ସେଥିପାଇଁ ଆଜିଠୁ ଆରମ୍ଭ ହୋଇଛି ଘମାଘୋଟ ପ୍ରଚାର । ସବୁ ଦଳର ହେଭିୱେଟ୍‌ ଏବେ ବିଜେପୁରରେ ଡେରା ପକାଇଛନ୍ତି । ବିଜେଡିର ରୀତା ସାହୁ, ବିଜେପିର ସନତ ଗଡ଼ତିଆ ଏବଂ କଂଗ୍ରେସର ଦିଲ୍ଲୀପ ପଣ୍ଡା ନିର୍ବାଚନ ଲଢୁଥିବା ବେଳେ ଘରକୁ ଘର ବୁଲି ଭୋଟରଙ୍କୁ ଭେଟିବା ସହ ରାଲି ଏବଂ ସଭା କ୍ୟାମ୍ପେନରେ ମୈଦାନ ଏବେ ସରଗରମ ।

ବରପାଲିରେ ପ୍ରଚାର କରିଛନ୍ତି ବିଜେଡି ପ୍ରାର୍ଥୀ ରୀତା ସାହୁ । ତାଙ୍କ ସହ ଅଛନ୍ତି ସଞ୍ଜୟ ଦାସବର୍ମା, ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ବିଭିନ୍ନ ସ୍ଥାନରେ ଶୋଭାଯାତ୍ରା କରିଛନ୍ତି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନିକଟ ଭବିଷ୍ୟରେ ଦୁଇଦିନ ଧରି ପ୍ରଚାର କରିବେ ।

ସେହିପରି ବିଜେପି ପ୍ରାର୍ଥୀ ସନତ ଗଡତିଆଙ୍କ ପାଇଁ ପ୍ରଚାରକୁ ଓହ୍ଲାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରୋଡ ସୋ କରିବା ସହ ସାଧାରଣ ସଭାରେ ଯୋଗ ଦେଉଛନ୍ତି ।

ଅନ୍ୟପଟେ କଂଗ୍ରେସ ମଧ୍ୟ ବିଜେପୁର ଲଢେଇ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । କଂଗ୍ରେସ ପ୍ରାର୍ଥିୀ ଦିଲ୍ଲୀପ ପଣ୍ଡା ଜୋରଦାର ପ୍ରଚାରରେ ଲାଗିଛନ୍ତି ।

Share

Leave a Reply

Your email address will not be published. Required fields are marked *

5 × one =