କ୍ଷୋଭରେ କଲି ରାତିରୁ ଖାଇନାହାଁନ୍ତି ମହାରଥୀ, କାହିଁକି ଜାଣନ୍ତୁ

ଗୃହରେ ବିଜେପି ସଭ୍ୟଙ୍କ ହୋହଲ୍ଲା ଭିତରେ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଟାର୍ଗେଟ କଲେ ମହାରଥୀ । ନିରଞ୍ଜନ ଗୃହରେ ଭୂଲ ତଥ୍ୟ ଦେଉଛନ୍ତି । ମୋ ସମୟରେ ରାଜ୍ୟରେ ଶୀତଳଭଣ୍ଡାର ସଂଖ୍ୟା ୧୨୮ରୁ ୪୮କୁ ଖସି ଆସିଥିବା କହିଛନ୍ତି । କିନ୍ତୁ ମୋ ସମୟରେ ୪୮ଟି ଶୀତଳଭଣ୍ଡାର କରାଯାଇଛି । ମୋ ସମୟରେ ରାଜ୍ୟ ୪ ଥର କୃଷିକର୍ମଣ ପୁରସ୍କାର ପାଇଛି । ନିରଞ୍ଜନଙ୍କ ନିର୍ବାଚନ ମଣ୍ଡଳୀର ମହିଳା ଚାଷୀ ୨ଲକ୍ଷ ଟଙ୍କାର ପୁରସ୍କାର ପାଇଛନ୍ତି । ଆଳୁ ଚାଷ ରାଜ୍ୟରେ ପୂର୍ବରୁ ୧୨ହଜାର ହେକ୍ଟର ହେଉଥିବା ବେଳେ ମୋ ସମୟରେ ମୁଁ ୨୫ ହଜାର ହେକ୍ଟରକୁ ବୃଦ୍ଧି କରିଥିଲି । ମନ୍ତ୍ରୀ ହେଇଗଲେ ବୋଲି ମୋ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ କରିବା ଠିକ୍ ନୁହେଁ । ଅନ୍ୟକୁ ଆକ୍ଷେପ କରି ଅନ୍ୟର ମନଦୁଃଖ କରି ବାହାବା ନେବାକୁ ଚେଷ୍ଟା ନକରନ୍ତୁ ମନ୍ତ୍ରୀ । ବିଜେପି ସଭ୍ୟ ମୋହନ ମାଝୀଙ୍କ ମୂଳ ପ୍ରଶ୍ନରେ ମନ୍ତ୍ରୀ ମୋତେ ଆକ୍ଷେପ କରିବା ପରେ ମୁଁ କାଲିଠାରୁ ଖାଇନି । ତେଣୁ ମନ୍ତ୍ରୀଙ୍କ ବିବୃତିକୁ ଗୃହର ବିବରଣୀରୁ ବାଦ୍ ଦିଆଯାଉ। ।

Share

Leave a Reply

Your email address will not be published. Required fields are marked *

3 × 5 =