ବିଜେପୁର ରଖି ହିଂଜିଳି ଛାଡିବେ ନବୀନ

ଭୁବନେଶ୍ୱର()   ଦୁଇଟି ବିଧାନସଭା ଆସନରୁ ଏକସଙ୍ଗେ ନର୍ବିାଚିତ ହୋଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶେଷରେ ହିଂଜିଳିି ଆସନ ଛାଡି ବିଜେପୁର ଆସନକୁ ରଖିବା ସମ୍ଭାବନା ଦେଖାଦେଇଛି । ସେହି ଦୃଷ୍ଟିରୁ ହିଂଜିଳି ଓ ପୂର୍ବରୁ ସ୍ଥଗିତ ଥିବା ପାଟକୁରା ନିର୍ବାଚନ ମଣ୍ଡଳି ପାଇଁ ଉପ ନିର୍ବାଚନ ହେବା ଅବଶ୍ୟମ୍ଭାବି । ମୁଖ୍ୟମନ୍ତ୍ରୀ ବିଜେପୁରରୁ ୫୬ ହଜାର ଭୋଟ ବ୍ୟବଧାନରେ ନର୍ବିାଚିତ ହୋଇଛନ୍ତି ଏବଂ ହିଂଜିଳିରୁ ୬୦ ହଜାରରୁ ଉଦ୍ଧ୍ୱର୍ ଭୋଟରେ ନିର୍ବାଚିତ ହୋଇଛନ୍ତି । ସାଧାରଣ ଭାବରେ ଏଭଳି କ୍ଷେତ୍ରରେ ଜଣେ ପ୍ରାର୍ଥୀ ସର୍ବାଧିକ ଭୋଟ ବ୍ୟବଧାନରେ ଜିତିଥିବା ଆସନକୁ ରଖି କମ ଭୋଟରେ ଜିତିଥିବା ଆସନଟିକୁ ଛାଡିଥାନ୍ତି । କିନ୍ତୁ ନବୀନ ଏକ୍ଷେତ୍ରରେ ସେଭଳି ନକରି କମ ଭୋଟ ପାଇଥିବା ବିଜେପୁର ଆସନକୁ ରଖି ଅଧିକ ଭୋଟ ପାଇଥିବା ହିଂଜିଳି ଆସନକୁ ଛାଡିବାକୁ ଯାଉଛନ୍ତି । କାରଣ ହିଂଜିଳି ସମେତ ସମଗ୍ର ଗଂଜାମ ଜିଲ୍ଲା ମୁଖ୍ୟମନ୍ତ୍ରୀଙ୍କ ଗଡ ହୋଇଥିବା ଦୃଷ୍ଟିରୁ ସେ ତାଙ୍କର ଏକାନ୍ତ ନିଜର ଲୋକଙ୍କୁ ସେଠାରୁ ଠିଆ କରାଇ ତାଙ୍କୁ ବିଜୟୀ କରିବାକୁ ସ୍ଥିର କରିଛନ୍ତି ।

ବିଜେପୁର ଆସନ ସେ ଏଇଥି ପାଇଁ ରଖିବାକୁ ଚାହୁଁଛନ୍ତି ଯେ ଏହା ଦ୍ୱାରା ପଶ୍ଚିମ ଓଡିଶାରେ ବିଜେପି ଯେଉଁ ଭଳି ଭାବରେ ତାର କାୟା ବିସ୍ତାର କରୁଛି ତାକୁ ପ୍ରତିହତ କରାଯାଇପାରିବ । ରାଜନୀତିର ଏହି ମିଶାଣ ଫେଡାଣରେ ହିଂଜିଳିରୁ କିଏ ପ୍ରାର୍ଥୀ ହେବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିଲେ ମଧ୍ୟ ବିଜେଡିର ଗୋଟିଏ ବଡ ଗୋÂୀ ନବୀନଙ୍କ ପୁତୁରା ଅରୁଣ ପଟ୍ଟନାୟକଙ୍କୁ ସେଠାରୁ ପ୍ରାର୍ଥୀ କରିବା ପାଇଁ ଚାପ ସୃଷ୍ଟି କରୁଛନ୍ତି । କିନ୍ତୁ ନବୀନଙ୍କର ମତିଗତି ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

Share

Leave a Reply

Your email address will not be published. Required fields are marked *

3 + twenty =