ବିଜେପି ବିଧାୟିକା ରାଧାରାଣୀ ପଣ୍ଡାଙ୍କୁ ବିରୋଧ

ଭୁବନେଶ୍ବର () ରାଜ୍ୟ ବିଜେପି ବିଧାୟିକା ରାଧାରାଣୀ ପଣ୍ଡାଙ୍କୁ ବିରୋଧ। ନିର୍ବାଚନ ଜିତିବା ପରେ ଲୋକଙ୍କ ସହ ନରହିବା ଏବଂ ବିଭିନ୍ନ ସମୟରେ କର୍ମୀଙ୍କୁ ଧମକ ଦେଉଥିବା ଅଭିଯୋଗ କରିଛନ୍ତି ବ୍ରଜରାଜନଗରର କିଛି ବିଜେପି ନେତା । ଆଜି ସେମାନେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ରାଧାରାଣୀଙ୍କ ବିରୋଧରେ ସ୍ଲୋଗାନବାଜୀ କରିବା ସହ ଏଥର ସାଧାରଣ ନିର୍ବାଚନରେ ତାଙ୍କୁ ଦଳୀୟ ପ୍ରାର୍ଥୀ କରାନଯିବାକୁ ଦାବି କରିଛନ୍ତି ।

କର୍ମୀଙ୍କ ଦାବିକୁ ଅଣଦେଖା କରି ରାଧାରାଣୀଙ୍କୁ ଟିକେଟ ମିଳିଲେ ବ୍ରଜରାଜନଗରର କୌଣସି ମହିଳା ଭୋଟର ଭୋଟ ଦେବେ ନାହିଁ ବୋଲି ଧମକ ଦେଇଛନ୍ତି। ଚଳିତ ବର୍ଷ ନିର୍ବାଚନକୁ ନେଇ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ରାଧାରାଣୀଙ୍କୁ ଟିକେଟ ନ ଦେଇ ଅନ୍ୟ ଜଣେ ମହିଳାଙ୍କୁ ଦଳୀୟ ପ୍ରାର୍ଥୀ କରିବାକୁ ଦାବି କରିଛନ୍ତି। ବିଭିନ୍ନ ସମୟରେ ଦଳୀୟ କର୍ମୀମାନଙ୍କୁ ଅଣଦେଖା କରିବ ସହ କର୍ମୀମାନଙ୍କୁ ମାନସିକ ନିର୍ଯ୍ୟାତନା ଦେଇ କାର୍ଯ୍ୟ କରାଉଥିଲେ। ୫ ବର୍ଷ ହେଲା ମହିଳା ବିଧାୟିକା ହେଇ ମଧ୍ୟ ନାରୀଙ୍କ ଉପରେ ଅତ୍ୟାଚାର କରିବା ସହ କିଛି କର୍ମୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି ରାଧାରାଣୀ ପଣ୍ଡା। ଯଦି ରାଧାରାଣୀ ପଣ୍ଡାଙ୍କୁ ଟିକେଟ ଦିଆଯାଏ ତେବେ ବ୍ରଜରାଜନଗର ମଣ୍ଡଳର ଅଧିକରୁ ଅଧିକା ବିରୋଧ କରାଯିବ।  ଏହି ନିର୍ବାଚନରେ ରାଧାରାଣୀ ପଣ୍ଡାଙ୍କୁ ଟିକେଟ ଦେବା ପରିବର୍ତ୍ତେ  ଅନ୍ୟ ଏକ ମହିଳାଙ୍କୁ ଟିକେଟ ମିଳିବା ଆବଶ୍ୟକ। ଯଦି ରାଧାରାଣୀଙ୍କୁ ଟିକେଟ ଦିଆଯାଏ ତେବେ ବ୍ରଜରାଜ ନଗର ଆଞ୍ଝ୍ଚଅଳରେ ତୀବ୍ର ବିରୋଧ କରିଯିବା ବୋଲି ସେମାନେ ଚେତାଇ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

5 × two =