ବିଜେପି ପାଇଁ ଆଚରଣ ବିଧିର ନିୟମ ଭିନ୍ନ କି?

ଭୁବନେଶ୍ବର () ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛି ବିଜେଡି । ନିର୍ବାଚନ ଅଧିକାରୀଙ୍କ ନିରପେକ୍ଷତା ନେଇ ପ୍ରଶ୍ନ ଉଠାଇଛି ବିଜେଡି । ଆଦର୍ଶ ଆଚରଣ ବିଧି ସବୁ ଦଳ ପାଇଁ ଗୋଟିଏ ଏବଂ ବିଜେପି ପାଇଁ ବୋଧହୁଏ ଅଲଗା । ଯେଉଁଥିପାଇଁ ବିଜେପିର ଆଚରଣ ବିଧି ଉଲଂଘନ ନେଇ ନିର୍ବାଚନ କମିଶନଙ୍କ ନିକଟରେ ଯେତେ ଅଭିଯୋଗ କଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ହେଉନି । ଏଭଳି ଅଭିଯୋଗ କରିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ।

ଗତ ଦୁଇ ସପ୍ତାହ ମଧ୍ୟରେ ନିର୍ବାଚନ ପ୍ରଚାର ସମୟରେ ବିଜେପି ଦ୍ବାରା ଆଚରଣ ବିଧି ଉଲଂଘନର ତିନୋଟି ଅଭିଯୋଗ ଆଣିଛି ବିଜେଡି । ବିଜେପିର କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ନିଜ ନିର୍ବାଚନମଣ୍ଡଳୀରେ ଭିଡିଓ ୱାଲ ଗାଡି ବୁଲାଉଥିଲେ ବି ନିର୍ବାଚନ କମିଶନଙ୍କ ଅନୁମତି ନିଆଯାଇନି । କିନ୍ତୁ ନା ଜିଲ୍ଲା ନା ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ବାରା କାର୍ଯ୍ୟାନୁଷ୍ଠାନ ହେଉଛି ।

ସେହିଭଳି ଭୁବନେଶ୍ବର-ପୁରୀ ଜାତୀୟ ରାଜପଥର ତିନୋଟି ସ୍ଥାନରେ ଉଜ୍ଜ୍ବଳା ଯୋଜନା ସଂପର୍କିତ ହୋର୍ଡିଂ ଏବେ ବି ଲାଗିଛି । କିନ୍ତୁ ବାରମ୍ବାର ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଗଲା ପରେ ବି କାର୍ଯ୍ୟାନୁଷ୍ଠାନ ହେଉନି ବୋଲି ସେ ଅଭିଯୋଗ କରିଛନ୍ତି । ଏ ସଂପର୍କରେ ପୁଣି ଥରେ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

4 + seventeen =