ଇଣ୍ଡିଆନ ଗ୍ୟାସ୍ ଏକ୍ସଚେଞ୍ଜ, ଦକ୍ଷ ପରିଚାଳନା ଓ ଗ୍ୟାସ୍ ସେବା ସହିତ ପୂର୍ବ ଭାରତର ଅଭିବୃଦ୍ଧିକୁ ସୁନିଶ୍ଚିତ କରିବ

– ସରକାରୀ ପଦକ୍ଷେପ ଏବଂ ଯଥେଷ୍ଟ ପୁଞ୍ଜୀ ନିବେଶ, ପୂର୍ବ ଭାରତକୁ ପ୍ରାକୃତିକ ଗ୍ୟାସ ଭିତ୍ତିଭୂମି କ୍ଷେତ୍ରରେ ଜାତୀୟ ଗ୍ୟାସ ଗ୍ରୀଡ ସହିତ ଏକୀକରଣ କରିବ
ଭୁବନେଶ୍ୱର: ନିରନ୍ତର ତଥା ଦକ୍ଷ ଶକ୍ତି ଦୃଶ୍ୟପଟ୍ଟ ନିର୍ମାଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ମୁତାବକ, ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ପ୍ରକଳ୍ପ, ଇନ୍ଦ୍ରଧନୁଷ ପ୍ରାକୃତିକ ଗ୍ୟାସ ପାଇପଲାଇନ ପ୍ରକଳ୍ପ ପୂର୍ବ ଭାରତରେ ପ୍ରାକୃତିକ ଗ୍ୟାସ ବ୍ୟବହାରକୁ ପୂରଣ କରୁଛି ଯାହା ପୂର୍ବ ତଥା ଉତ୍ତର-ପୂର୍ବ ଅଞ୍ଚଳକୁ ଅନ୍ତର୍ଭୁକ୍ତ କରୁଛି ।

ଓଡିଶାର ଧାମରା ଠାରେ ନିକଟରେ କାର୍ଯ୍ୟକ୍ଷମ ହୋଇଥିବା ଲିକ୍ୟୁଫାଇଡ଼ ନ୍ୟାଚୁରାଲ୍ ଗ୍ୟାସ (ଏଲଏନଜି) ଟର୍ମିନାଲ୍‌, ପୂର୍ବ ଭାରତର ଗ୍ୟାସ୍ ଚାହିଦା ପୂରଣ ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିବ । ଏହି ବିକାଶ କେବଳ ପରିଷ୍କାର ରନ୍ଧନ/ପରିବହନ ଇନ୍ଧନ ପାଇଁ ସୁବିଧା ପ୍ରଦାନ କରିବ ନାହିଁ ବରଂ ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଏବଂ ଓଡିଶାର ଶିଳ୍ପଗୁଡିକ ପାଇଁ ପ୍ରତିଯୋଗିତାମୂଳକ ମୂଲ୍ୟରେ ପ୍ରାକୃତିକ ଗ୍ୟାସ କ୍ରୟ ପାଇଁ ଏକ ମହତ୍ ସୁଯୋଗ ପ୍ରଦାନ କରିବ ।

ପିଏନଜିଆରବି ନିୟମାବଳୀ ଅନୁଯାୟୀ ୫୦,୦୦୦ ଏସସିଏମଡ଼ି ଥିବା ଗ୍ରାହକମାନେ ସିଧାସଳଖ ପ୍ରାକୃତିକ ଗ୍ୟାସ ଟ୍ରାନ୍ସମିସନ ନେଟୱାର୍କ ସହିତ ସଂଯୋଗ କରିପାରିବେ ଏବଂ ତେଲ ଓ କୋଇଲା ପରି ପ୍ରଦୂଷିତ ଇନ୍ଧନକୁ ପ୍ରାକୃତିକ ଗ୍ୟାସ ସହିତ ବଦଳାଇ ପାରିବେ । ଏହିପରି ଗ୍ରାହକମାନେ ପ୍ରତିଯୋଗିତାମୂଳକ ମୂଲ୍ୟରେ ବଜାର / ଗ୍ୟାସ୍‌-ଏକ୍ସଚେଞ୍ଜରୁ ସିଧାସଳଖ ଗ୍ୟାସ୍ କିଣିବାର ଲାଭ ଉପଭୋଗ କରିବେ । ପ୍ରାକୃତିକ ଗ୍ୟାସର ବ୍ୟବହାର ଦେଶକୁ କାର୍ବନ ଫୁଟ୍ ପ୍ରିଣ୍ଟ ହ୍ରାସ କରିବାରେ ଏବଂ ବିଶେଷକରି ଅଧିକ ପ୍ରଦୂଷଣସ୍ତର ଥିବା ସହରାଂଚଳରେ ବାୟୁ ଗୁଣବତ୍ତା ଉନ୍ନତି କରିବାରେ ସାହାଯ୍ୟ କରିଥାଏ ।

ଦକ୍ଷ ଏବଂ ସୁବିଧାଜନକ ଟ୍ରେଡିଂ ଦ୍ୱାରା ପ୍ରାକୃତିକ ଗ୍ୟାସର ବିନିଯୋଗକୁ ବଢାଇବା ପାଇଁ, ଇଣ୍ଡିଆନ ଗ୍ୟାସ୍ ଏକ୍ସଚେଞ୍ଜ (ଆଇଜିଏକ୍ସ) ପରି ପ୍ଲାଟଫର୍ମ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଗ୍ରାହକ ମାନେ ଆଇଜିଏକ୍ସକୁ ଚୟନ କରିବା ଦ୍ୱାରା ଅନେକ ସୁବିଧା ଉପଭୋଗ କରିଥାନ୍ତି, ଯେପରିକି ଉପଯୁକ୍ତ ମୂଲ୍ୟ, ଏକାଧିକ କ୍ରେତା/ ବିକ୍ରେତା, ପ୍ରତିଯୋଗିତାପୂର୍ଣ ବଜାର ପରିବେଶ, ଦରକାର ଅନୁଯାୟୀ ଯୋଗାଣ ସମୟ ସୀମା, ଦକ୍ଷ ଏବଂ ବିସ୍ତାରିତ ବଜାର । ଆଇଜିଏକ୍ସ ଦ୍ୱାରା ପ୍ରତିଯୋଗିତାମୂଳକ ଗ୍ୟାସ୍ ସେବା ପ୍ରଦାନ କରି ପୂର୍ବ ଭାରତର ଶିଳ୍ପଗୁଡିକ ପ୍ରାକୃତିକ ଗ୍ୟାସକୁ ନିଜର କରିପାରିବେ, ଯାହା ଦ୍ୱାରା କାର୍ବନ ଫୂଟପ୍ରିଣ୍ଟ ହ୍ରାସ ହେବା ସହ ଏକ ସ୍ୱଚ୍ଛ, ସ୍ଥାୟୀ ଶକ୍ତି-ଭବିଷ୍ୟତ ଗଠନ ହୋଇପାରିବ ।

ଏହା ସ୍ୱଚ୍ଛ ଶକ୍ତି ପାଇଁ ଭାରତର ପ୍ରତିବଦ୍ଧତା ସ୍ପଷ୍ଟ କରୁଛି, ଯାହା ୨୦୩୦ ସୁଦ୍ଧା ଶକ୍ତି-ମିଶ୍ରଣରେ ପ୍ରାକୃତିକ ଗ୍ୟାସର ଅଂଶ ୧୫ ପ୍ରତିଶତ ଲକ୍ଷ ଧାର୍ଯ୍ୟ କରାଯାଇଛି, ଯାହା ବର୍ତ୍ତମାନର ୬ ପ୍ରତିଶତରୁ ଯଥେଷ୍ଟ ବେଶୀ । ଭିତ୍ତିଭୂମି ସମସ୍ୟା ଗୁଡିକ ମଧ୍ୟ ରେ ଗତି କରି, ଭାରତ ପ୍ରାକୃତିକ ଗ୍ୟାସ୍ ପାଇପଲାଇନ ନେଟୱାର୍କକୁ ୨୨,୦୦୦ କିଲୋମିଟରକୁ ବୃଦ୍ଧି କରିଛି, ଏଲଏନଜି ପୁନଃଭରଣ କ୍ଷମତାକୁ ୪୭.୭ ଏମଏମଟିପିଏକୁ ବୃଦ୍ଧି କରିଛି ଏବଂ ସିଟି ଗ୍ୟାସ୍ ଡ଼ିସଟ୍ରିବ୍ୟୁସନ ରେ ପ୍ରାୟ ସମ୍ପୂର୍ଣ୍ଣ ଦେଶବ୍ୟାପୀ କଭରେଜ୍ ହାସଲ କରିଛି (ପ୍ରାୟ ୯୮%) । ଏହା ଏକ ସ୍ଥାୟୀ ଏବଂ ବିବିଧ ଶକ୍ତି ପୋର୍ଟଫୋଲିଓ ପାଇଁ ଭାରତର ପ୍ରତିବଦ୍ଧତାକୁ ସୂଚିତ କରେ ।

ଭାରତ ର ପ୍ରାକୃତିକ ଗ୍ୟାସ ବଜାରରେ ଭିତ୍ତିଭୂମି ବିକାଶ, ଉପଯୁକ୍ତ ନୀତି, ଚାହିଦା ବୃଦ୍ଧି ଏବଂ ପରିବେଶ ସ୍ଥିରତା ଉପରେ ଧ୍ୟାନ ଦେଇ ଏକ ବଡ ପରିବର୍ତ୍ତନ ଚାଲିଛି । ବର୍ତମାନ ଗ୍ୟାସ ବଜାରର ବିକାଶ ଏବଂ ନୂତନ ବଜାରର କ୍ରମାଗତ ବିସ୍ତାର କେବଳ ଶକ୍ତି ମିଶ୍ରଣକୁ ବିବିଧ କରିବ ନାହିଁ ବରଂ ଏକ ସ୍ୱଚ୍ଛ ତଥା ଅଧିକ ସ୍ଥାୟୀ ଶକ୍ତି ଭବିଷ୍ୟତ ଦିଗରେ ମଧ୍ୟ ସହାୟକ ହେବ । ପ୍ରାକୃତିକ ଗ୍ୟାସର ବିକାଶ ଏବଂ ଅଭିବୃଦ୍ଧି ପାଇଁ ଗ୍ୟାସ୍‌-ଏକ୍ସଚେଞ୍ଜ ହେଉଛି ଏକ ପ୍ରମୁଖ ସକ୍ଷମକାରୀ ।

Share

Leave a Reply

Your email address will not be published. Required fields are marked *

sixteen − 11 =