ନୀତି ଆୟୋଗଙ୍କ ମାନଦଣ୍ଡରେ ବଲାଙ୍ଗିର ଦ୍ବିତୀୟ

ବଲାଙ୍ଗିର () ନୀତି ଆୟୋଗଙ୍କ ର୍ୟାଙ୍କିଙ୍ଗରେ ବଲାଙ୍ଗୀର ଜିଲ୍ଲା ନୂଆ ମାଇଲଖୁଣ୍ଟ ସୃଷ୍ଟି କରିଛି । 2019 ଜୁନ ଓ ଜୁଲାଇ ମାସରେ ଜିଲ୍ଲାର ପ୍ରଦର୍ଶନ ଆଧାରରେ ନୀତି ଆୟୋଗ ଏହି ଡେଲଟା ମାନଦଣ୍ଡ ତିଆରି କରିଛନ୍ତି । ଜିଲ୍ଲାର ଉତ୍ସାହଜନକ ପ୍ରଦର୍ଶନ ପାଇଁ ନୀତି ଆୟୋଗ ଅତିରିକ୍ତ ଦୁଇ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଜିଲ୍ଲାର ଏହି ସଫଳତା ପାଇଁ ଜିଲ୍ଲାପାଳ ଅରିନ୍ଦମ ଡାକୁଆଙ୍କ ନେତୃତ୍ବରେ ପୂରା ଜିଲ୍ଲା ପ୍ରଶାସନକୁ ନୀତି ଆୟୋଗ ଅଭିନନ୍ଦନ ଜଣାଇଛନ୍ତି । ପୂର୍ବରୁ ମଧ୍ୟ ସ୍ବାସ୍ଥ୍ୟ ପୃଷ୍ଟିହୀନତା ଦୂର କାର୍ଯ୍ୟକ୍ରମ ପାଇଁ ଗତ ଏପ୍ରିମ-ମେ ମାସ ରିପୋର୍ଟରେ ବଲାଙ୍ଗୀର ପୁରସ୍କୃତ ହୋଇଥିଲା ।

ମାନଦଣ୍ଡର ସମସ୍ତ 5ଟି ଯାକ ମାନଦଣ୍ଡ – ଶିକ୍ଷା, ସ୍ବାସ୍ଥ୍ୟ, ଜଳସେଚନ, କୃଷି ଓ ଦକ୍ଷତା ବିକାଶରେ ଏହି ଜିଲ୍ଲା ସର୍ବୋତ୍କୃଷ୍ଟ ପ୍ରଦର୍ଶନ କରିଥିଲା । ଏହି ଜିଲ୍ଲା ସର୍ବନିମ୍ନ ଭିତ୍ତିଭୂମୀ ନିର୍ମାଣରେ ଶ୍ରେଷ୍ଠ ଜିଲ୍ଲାର ମାନ୍ୟତା ପାଇଛି । ସେହିଭଳି ଦକ୍ଷତା ବିକାଶ ଓ ଆର୍ଥିକ ପରିଚାଳନାରେ ଢେଙ୍କାନାଳ ଜିଲ୍ଲା ମଧ୍ୟ ମାନଦଣ୍ଡରେ ପ୍ରଥମ ହୋଇଥିବା ବେଳେ ନୀତି ଆୟୋଗଙ୍କ ପକ୍ଷରୁ 3 କୋଟି ଟଙ୍କାର ଅତିରିକ୍ତ ଅନୁଦାନ ପ୍ରଦାନ କରାଯାଇଛି ।

5ଟି କ୍ଷେତ୍ରରେ ପ୍ରଦର୍ଶନକୁ ନେଇ ନୀତି ଆୟୋଗଙ୍କ ପକ୍ଷରୁ ଡେଲ୍ଟା ମାନଦଣ୍ଡ କରାଯାଇଥାଏ । ଆରମ୍ଭରୁ ଓଡିଶା ଏହି ର୍ୟାଙ୍କିଙ୍ଗରେ ଭଲ ପ୍ରଦର୍ଶନ କରିଆସୁଛି । ଏଥିପାଇଁ ବଲାଙ୍ଗିର ଓ ଢେଙ୍କାନାଳ ଭଳି ଅନେକ ଜିଲ୍ଲା ନୀତି ଆୟୋଗଙ୍କ ଦ୍ବାରା ପ୍ରଶଂସିତ ହୋଇଛନ୍ତି ।

Share

Leave a Reply

Your email address will not be published. Required fields are marked *

thirteen + four =