ଜ୍ଞାନପୀଠ ପୁରସ୍କାର ବିଜେତା ଅମିତାଭ ଘୋଷଙ୍କ ଦ୍ୱାରା ସପ୍ତମ ଟାଟା ଷ୍ଟିଲ୍ ଭୁବନେଶ୍ୱର ସାହିତ୍ୟ ଉତ୍ସବ ଉଦ୍‌ଘାଟିତ

ଭୁବନେଶ୍ୱର: ସାହିତ୍ୟ ଏବଂ ସଙ୍ଗୀତ ଓ ଥିଏଟର ଭଳି ତତ୍ ସଂକ୍ରାନ୍ତୀୟ ସାଂସ୍କୃତିକ କାର୍ଯ୍ୟକଳାପକୁ ଭୁବନେଶ୍ୱର କ୍ଲବ୍‌ରେ ୨୦୨୩ ଫେବ୍ର୍ରୁଆରି ୩ରୁ ୫ ତାରିଖ ପର୍ଯ୍ୟନ୍ତ ପାଳନ କରିବା ଲାଗି ଟାଟା ଷ୍ଟିଲ୍ ଭୁବନେଶ୍ୱର ସାହିତ୍ୟ ଉତ୍ସବ ସପ୍ତମ ସଂସ୍କରଣ ସହ ପ୍ରତ୍ୟାବର୍ତନ କରିଛି । ଏହି ତିନିଦିନିଆ ଉତ୍ସବକୁ ଜ୍ଞାନପୀଠ ପୁରସ୍କାର ବିଜେତା ଅମିତାଭ ଘୋଷ ଉଦ୍‌ଘାଟନ କରିଥିବା ବେଳେ ସମ୍ବାଦର ପ୍ରତିଷ୍ଠାତା ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ, ଟାଟା ଷ୍ଟିଲ୍ କର୍ପୋରେଟ୍ ସେବା ବିଭାଗର ଉପସଭାପତି ଶ୍ରୀ ଚାଣକ୍ୟ ଚୌଧୁରୀ ଓ ଭୁବନେଶ୍ୱର ସାହିତ୍ୟ ଉତ୍ସବର ନିର୍ଦେଶିକା ମାଳବିକା ବାନାର୍ଜୀ ଉପସ୍ଥିତ ଥିଲେ ।
ଉଦ୍‌ଘାଟନୀ ସମାରୋହ ପରେ ଆଧୁନିକ ଦୁନିଆ ପାଇଁ ଅତ୍ୟନ୍ତ ଉପଯୋଗୀ ବିଷୟ-ଜଳବାୟୁ ପରିବର୍ତନର ପ୍ରଭାବ ଉପରେ ଏକ ଆଲୋଚନା ଅନୁଷ୍ଠିତ ହୋଇଥିଲା । ଆଜିର ଦୁନିଆରେ ଜଳବାୟୁ ପରିବର୍ତନର ପ୍ରଭାବକୁ ନେଇ ଅମିତାଭ ଘୋଷ ଚିନ୍ତାବ୍ୟକ୍ତ କରିଛନ୍ତି । ପୂର୍ବତନ ବ୍ରିଟିଶ ମ୍ୟୁଜିୟମ ନିର୍ଦେଶକ ଓ ବିଶିଷ୍ଟ ମାନବ ବିଜ୍ଞାନୀ ରିଚାର୍ଡ ବ୍ଲୁଟର୍ନ ଭାରତର ଇତିହାସ ଉପରେ ପର୍ଯ୍ୟବେସିତ ପୁସ୍ତକକୁ ଉପସ୍ଥାପନ କରିଥିଲେ ଏବଂ ତା’ ପରେ ବିଶିଷ୍ଟ ନୃତ୍ୟ ଶିଳ୍ପୀ ମଲ୍ଲିକା ସରାଭାଇ ଓ ବଚି କରକରିଆଙ୍କ ସଦ୍ୟତମ ଉପନ୍ୟାସ-ଇନ୍ ଫ୍ରି ଫଲ୍‌କୁ ନେଇ ଏକ ଭାବ ବିନିମୟ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ବିଶିଷ୍ଟ ଓଡ଼ିଆ ଥିଏଟର ଓ ଚଳଚ୍ଚିତ୍ର ଅଭିନେତ୍ରୀ ସୋଫିଆ ଆଲମ ଏବଂ ପ୍ରଖ୍ୟାତ ଓଡ଼ିଆ କବୟତ୍ରୀ ନିର୍ମଳା ଦେବୀଙ୍କ ନାତୁଣି ପଂଚମି ମାନୁ ଉକିଲ୍ ଓ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର କାର୍ଯ୍ୟନିର୍ବାହୀ ନିର୍ଦେଶିକା ତନୟା ପଟ୍ଟନାୟକଙ୍କ ମଧ୍ୟରେ ଓଡ଼ିଆ ଥିଏଟରର ପୁନଃ ଅଭ୍ୟୁଦୟ ବିଷୟରେ ଆହେ ନୀଳ ଶଇଳର ଅପାର ସଫଳତାକୁ ନେଇ ଏକ ଆଲୋଚନା ସହ ପ୍ରଥମ ଦିନର କାର୍ଯ୍ୟକ୍ରମ ଶେଷ ହୋଇଥିଲା ।
ଏହି ଉତ୍ସବର ପରବର୍ତୀ ଦୁଇ ଦିନରେ ବହୁ ଆଲୋଚନା ଓ ପରଫରମିଂ ଆର୍ଟସ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଉତ୍କୃଷ୍ଟ ଜୀବନି ଲେଖିବା ଲାଗି ପରିଚିତ ବିଖ୍ୟାତ ଲେଖକ ଖୁସ୍‌ୱନ୍ତ ସିଂହ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଜୀବନି ଲେଖିବା ପାଇଁ କେଉଁ ବିଷୟ ତାଙ୍କୁ ଅନୁପ୍ରାଣିତ କରେ ତାହା ସେ ଦର୍ଶକଙ୍କ ସହିତ ବାଂଟିବେ । ଅନିରୁଦ୍ଧ ଭଟ୍ଟାଚାର୍ଜୀ ଓ ପାର୍ଥୀବ ଧର କିଶୋର କୁମାରଙ୍କ ଜୀବନ ଉପରେ ସେମାନଙ୍କ ନୂଆ ପୁସ୍ତକ ଉପରେ ଆଲୋଚନା କରିବେ । ଆଧୁନିକ ଓଡ଼ିଆ ଉପନ୍ୟାସର ଧାରା ସୃଷ୍ଟିକାରୀ ଭାବେ ପରିଚିତ ବିଶିଷ୍ଟ ଓଡ଼ିଆ ଲେଖକ ଜଗଦୀଶ ମହାନ୍ତିଙ୍କ ସ୍ମୃତି ଓ ଓଡ଼ିଆ କବିଙ୍କ ଅଭ୍ୟୁଦୟ ଉପରେ ଏକ ଅଧିବେଶନ ଆୟୋଜିତ ହେବ । ନୂଆ ସିନେମା “ପ୍ରତୀକ୍ଷା’ ଉପରେ ଗୁରୁତ୍ୱାରୋପ କରି ଓଡ଼ିଆ ସିନେମାର ଅଭ୍ୟୁଦୟ ବିଷୟରେ ଅନୁପମ ପଟ୍ଟନାୟକ ଓ ଗୌରହରି ଦାସ ଆଲୋଚନା କରିବେ । ଏହି ସିନେମାଟି ଗୌରହରି ଦାସଙ୍କ ଗପ “ବାପା’ରୁ ଅନୁପ୍ରାଣିତ । ଯୁବ କବି ସୁଜିତ କୁମାର ଶତପଥୀ, ଶ୍ରୀମା ଶତପଥୀ, ନିଖିଳେଶ ମିଶ୍ର ଓ ସ୍ୱାଗତିକା ମିଶ୍ର ନିଜ କବିତା ପାଠ କରିବେ । ଜେରି ପିଂଟୋ ନିଜ ପୁସ୍ତକ ବିଷୟରେ କହିବେ । ସିନେମାରେ ସାହିତ୍ୟ ଚରିତ୍ରରେ ଅଭିନୟ କରିବାରେ ନିଜ ଅଭିଜ୍ଞତାକୁ ବାଂଟିବେ ବିଶିଷ୍ଟ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ପଙ୍କଜ କପୁର ଓ ସୁପ୍ରିୟା ପାଠକ କପୁର । ଦ୍ୱିତୀୟ ଦିନର ଶେଷରେ ଭୁବନେଶ୍ୱର କ୍ଲବ୍‌ରେ ଉସ୍ତାଦ ସୁଜାତ ଖାନ୍‌ଙ୍କ ସିତାର ବାଦନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
ଶେଷ ଦିବସରେ ଆଙ୍ଗ୍‌ଲୋ ଇଣ୍ଡିଆନ୍‌ସଙ୍କ ଇତିହାସ ଉପରେ ବେରି ଓ’ବ୍ରିଏନ୍ ଆଲୋଚନା କରିବେ । ଓଡ଼ିଆ ସାହିତ୍ୟର ଯାତ୍ରା ବିଷୟରେ ପାରମିତା ଶତପଥୀ, ଗାୟତ୍ରୀବାଳା ପଣ୍ଡା ଓ ଶକ୍ତି ମହାନ୍ତିଙ୍କ ସହ ମୋନାଲିସା ଜେନା ଆଲୋଚନା କରିବେ । ଜୀବନିର ପ୍ରଭାବ ସମ୍ପର୍କରେ ବିଶିଷ୍ଟ ସ୍ତମ୍ଭକାର ବଚି କରକାରିଆ ଓ ଜତିନ୍ଦ୍ର କୁମାର ନାୟକ ଆଲୋଚନା କରିବେ । ରେଳ ଅଡିଟୋରିୟମ୍‌ରେ ଦୋପେହରି ବିଷୟ ଉପରେ ପଙ୍କଜ କପୁରଙ୍କ ଏକକ ଅଭିନୟ ସହ ଉତ୍ସବର ସମାପନ ହେବ ଯାହାକୁ ସେ ନିଜେ ରଚନା କରିଛନ୍ତି ଓ ପ୍ରାୟୋଜକ ହେଉଛନ୍ତି ସୁପ୍ରିୟା ପାଠକ କପୁର ।

Share

Leave a Reply

Your email address will not be published. Required fields are marked *

5 × 3 =