ପରଲୋକରେ ହିମାଞ୍ଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବିରଭଦ୍ର ସିଂଙ୍କ

ଶିମଳା: ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ବୀରଭଦ୍ର ସିଂହଙ୍କର ୮୭ ବର୍ଷ ବୟସରେ ପରଲୋକ ଘଟିଛି। ଗୁରୁବାର ପ୍ରତ୍ୟୁଷରେ ତାଙ୍କର ମୃତ୍ୟୁ ଘଟିଛି। ବୀରଭଦ୍ର ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। ତାଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ସେଠାରେ ଭୋର ୩.୪୦ରେ ତାଙ୍କର ପରଲୋକ ଘଟିଥିବା ବରିଷ୍ଠ ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ଡା.ଜନକ ରାଜ କହିଛନ୍ତି। ସେ କହିଛନ୍ତି ଯେ ହୃଦଘାତରେ ବୀରଭଦ୍ର ସିଂହଙ୍କର ପରଲୋକ ଘଟିଥିଲା। ବୀରଭଦ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଜବୀନ ରକ୍ଷାକାରୀ ବ୍ୟବସ୍ଥାରେ ରଖାଯାଇଥିଲା। ଡାକ୍ତରଖାନାର ହୃଦରୋଗ ବିଭାଗର ଏକ ଚିକିତ୍ସକ ଦଳ ତାଙ୍କର ଚିକିତ୍ସା କରୁଥିଲେ।

ଜୁନ୍ ୧୧ ତାରିଖରେ ସେ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଦୁଇମାସ ମଧ୍ୟରେ ତାଙ୍କୁ ଦ୍ୱିତୀୟ ଥର ପାଇଁ କରୋନାରେ ସଂକ୍ରମିତ ହୋଇଥିବା ଚିହ୍ନଟ କରାଯାଇଥିଲା। ପ୍ରଥମ ଥର ସେ ଏପ୍ରିଲ ୧୨ରେ କରୋନାରେ ସଂକ୍ରିତ ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ଚଣ୍ଡିଗଡର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସେଥିରୁ ଆରୋଗ୍ୟ ଲାଭ କରି ଏପ୍ରିଲ ୩୦ରେ ଘରକୁ ଫେରିଥିଲେ। ତେବେ ଫେରିବାର କିଛି ଘଣ୍ଟା ମଧ୍ୟରେ ପୁଣି ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ହିମାଚଳ ପ୍ରଦେଶର ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେବେଠାରୁ ତାଙ୍କର ସେଠାରେ ଚିକିତ୍ସା ଚାଲିଥିଲା।

Share

Leave a Reply

Your email address will not be published. Required fields are marked *

1 + sixteen =