ବାରିପଦାରେ ଫୁସକି ଗଲେ ଦାମ

ଦାମ-ଜୟ ମେଣ୍ଟ ଫେଲ
ଭୟରେ ଗଲେନି ବୈଜୟନ୍ତ
ଭୁବନେଶ୍ୱର (): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ବୁଲି ବୁଲି ରାଜ୍ୟବ୍ୟାପୀ ବିଷୋଦଗାର କରୁଥିବା ବିଜେଡ଼ିରୁ ବହିଷ୍କୃତ ନେତା ଦାମୋଦର ରାଉତଙ୍କୁ ବାରିପଦାରେ ଲାଗିଛି ବଡ ଝଟକା । ନବୀନ ପଟ୍ଟନାୟକଙ୍କ ବିରୋଧରେ ଆୟୋଜିତ ଦୁର୍ନୀତି ବିରୋଧୀ ମହାସଂଗ୍ରାମ କାର୍ଯ୍ୟକ୍ରମରେ ସେ ହଟହଟ୍ଟା ହୋଇଛନ୍ତି । ଏପରିକି ଏହି କାର୍ଯ୍ୟକ୍ରମର ମୁଖ୍ୟ ଆୟୋଜକ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ସଭାକୁ ଗଲେନି, କାରଣ ସଭାରେ ଇମ୍ଫାର ବିଜୁଳି ଦୁର୍ନୀତି ପ୍ରସଙ୍ଗ ଉଠାଇ କିଛି ସ୍ଥାନୀୟ ଲୋକ ସଭାମଞ୍ଚକୁ ଆସି ପ୍ରଶ୍ନ କରିଥିଲେ ।
ଦାମ ସଭାମଞ୍ଚକୁ ସମ୍ବୋଧିତ କରୁଥିବା ବେଳେ ବୈଜୟନ୍ତଙ୍କ ଇମ୍ଫା କମ୍ପାନୀ ବିଜୁଳି ବିଲ ଫାଙ୍କିବା ନେଇ ଜନତା ପ୍ରଶ୍ନ କରିଥିଲେ ।  ବିଜେଡି ବିରୋଧରେ ଲଢିବାକୁ ଦାମ- ବୈଜୟନ୍ତ ଏକାଠି ହୋଇଥିବାବେଳେ ଜଣେ ସାଧାରଣ ବ୍ୟକ୍ତି ସଭାମଂଚକୁ ଚଢିଯାଇ ବୈଜୟନ୍ତଙ୍କ ବାବଦରେ ଦାମଙ୍କୁ ଏହି ପ୍ରଶ୍ନ କରିଛନ୍ତି । ସେ କହିଥିଲେ ଯେ, ଦାମବାବୁ ତୃତୀୟ ମହଲାକୁ ସବୁବେଳେ ଆକ୍ଷେପ କରୁଛନ୍ତି । କିନ୍ତୁ ଶିଳ୍ପପତିରୁ ରାଜନେତା ସାଜିଥିବା ବୈଜୟନ୍ତ ପଣ୍ଡା ଯେଉଁ ୮୦୦ କୋଟି ଟଙ୍କା ବିଦ୍ୟୁତ ବିଲ୍ ବାବଦରେ ଠକେଇ କରିଛନ୍ତି ସେ ସମ୍ପର୍କରେ ସେ କାହିଁକି ନୀରବ । ଏ ଦୁର୍ନୀତି ସମ୍ପର୍କରେ ଦାମ କାହିଁକି କହୁନାହାନ୍ତି ।
ଦାମଙ୍କ ଭାଷଣ ବେଳେ ସଭା ମଂଚ ଉପରକୁ ଉଠିଯାଇ ହଠାତ ଜଣେ ଦର୍ଶକ ବୈଜୟନ୍ତଙ୍କୁ ନେଇ ଏଭଳି ପ୍ରଶ୍ନ କରିବାରୁ କୁହାଳିଆ ଦାମ ବାବୁ ଆବାକାବା ହୋଇଯାଇଥିଲେ । ବିଜେଡ଼ି ସମ୍ପର୍କରେ ଦୁର୍ନୀତି ଅଭିଯୋଗ ଆଣୁଥିବା ଏହି ବରିଷ୍ଠ ନେତା ସମ୍ପୃକ୍ତ ବ୍ୟକ୍ତିଙ୍କୁ ବୈଜୟନ୍ତଙ୍କ ବିଦ୍ୟୁତ ବିଲ୍ ଠକେଇ ସମ୍ପର୍କରେ କୌଣସି ଉତ୍ତର ଦେଇପାରିନଥିଲେ । ତେବେ ସଭାର ଆୟୋଜକ ସଂପୃକ୍ତ ବ୍ୟକ୍ତିଙ୍କୁ ବାଧା ଦେଇଥିଲେ । ଏପରିକି  ତାଙ୍କୁ ଠେଲାପେଲା କରି ମଂଚ ତଳକୁ ନେଇଯାଇଥିଲେ ଓ ପୋଲିସ ଜିମା ଦେଇଥିଲେ ।
ମୟୁରଭଞ୍ଜ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବାରିପଦାରେ ଆୟୋଜିତ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ମହାସଂଗ୍ରାମ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ଦାମୋଦର ରାଉତଙ୍କୁ ଆୟୋଜକ ସମ୍ମାନିତ ଅତିଥୀ ଭାବେ ଆମନ୍ତ୍ରଣ କରିଥିଲେ । ବୈଜୟନ୍ତ ପଣ୍ଡାଙ୍କୁ ମୁଖ୍ୟ ଅତିଥି ଭାବେ ଆମନ୍ତ୍ରଣ କରାଯାଇଥିଲେ ବି ଯୋଗ ଦେଇନଥିଲେ ପୂର୍ବତନ ସାଂସଦ ।
ବାରିପଦାର ଛଉ ପଡିଆରେ ଆୟୋଜିତ ଏହି ସଭାରେ ଦାମ ଓ ବୈଜୟନ୍ତଙ୍କ ସହ ପୂର୍ବତନ ବିଜେଡ଼ି ନେତା ଜଜ୍ଞେଶ୍ୱର ବାବୁ ଓ ବରିଷ୍ଠ ସାମ୍ବାଦିକ ରବି ଦାସ ମଧ୍ୟ ଅତିଥିଭାବେ ଆମନ୍ତ୍ରିତ ଦେଇଥିଲେ । ୧୦ହଜାର ଲୋକଙ୍କ ସମାଗମ ହେବ ବୋଲି ଦାବି କରାଯାଉଥିଲେ ବି ମାତ୍ର ହଜାରେ ରୁ 12ଶହ ଲୋକ ଆସିଥିଲେ । ଦାମରାଉତ ସଭାକୁ ଆଗୁଆ ପହଁଚି ଯାଇଥିଲେ । ଏହି ସଭା ଆୟୋଜନର ସବୁ ଖର୍ଚ୍ଚ ବୈଜୟନ୍ତ ବହନ କରିଥିଲେ । ଯେଉଁଥିପାଇଁ ଗତ ତିନିଦିନ ହେଲା ସେ ବାଲେଶ୍ୱରରେ ଡେରା ପକାଇ ରହିଥିଲେ । କିନ୍ତୁ ସଭାମଞ୍ଚରେ ଦାମବାବୁଙ୍କୁ ତାଙ୍କ ସମ୍ପର୍କରେ ହୋଇଥିବା ପ୍ରଶ୍ନର ଖବର ପାଇ ସେ ଅଧାରାସ୍ତାରୁ ଭୁବନେଶ୍ୱର ଫେରିଯାଇଥିଲେ । କୌଣସି କାରଣରୁ ରବି ଦାସ ମଧ୍ୟ ଏହି ସଭାକୁ ଯାଇନଥିଲେ ।
Share

Leave a Reply

Your email address will not be published. Required fields are marked *

6 + nineteen =