ଆଜି ପବିତ୍ର ସ୍ନାନ ପୂର୍ଣ୍ଣିମା

ପୁରୀ()  ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ହାତୀ ବେଶରେ ଦର୍ଶନ ଦେବେ ଶ୍ରୀଜିଉ । ଅନ୍ୟାନ୍ୟ ରୀତିନୀତି ପରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ଗଜାନନ ବେଶରେ ଦର୍ଶନ ଦେବେ ଶ୍ରୀଜିଉ। ଆଜି ସକାଳେ ରତ୍ନ ସିଂହାସନରୁ ଆସି ସ୍ନାନବେଦୀରେ ବିଜେ ହୋଇଥିଲେ ମହାପ୍ରଭୁ । ପରମ୍ପରା ଅନୁସାରେ ପ୍ରଭୁ ବଳଭଦ୍ର ୩୩, ଜଗନ୍ନାଥ ୩୫, ଦେବୀ ସୁଭଦ୍ରା ୨୨ ଓ ସୁଦର୍ଶନ ମହାପ୍ରଭୁ ୧୮ ଗରାରେ ମହାସ୍ନାନ କରନ୍ତି । ସବୁଦିନ ଗର୍ଭଗୃହରେ ସ୍ନାନ କରନ୍ତି ମହାବାହୁ । ହେଲେ ଆଜି ସମସ୍ତଙ୍କ ସମ୍ମୁଖରେ ସ୍ନାନ କଲେ ତିନି ଠାକୁର ।

Share

Leave a Reply

Your email address will not be published. Required fields are marked *

eighteen − 15 =