KBCରେ ୨୫ ଲକ୍ଷ ଜିତିଲେ ଓଡ଼ିଆ ପୁଅ

ଲୋକପ୍ରିୟ ରିୟଲିଟି ସୋ କୌନ ବନେଗା କରୋଡପତିରେ ୨୫ ଲକ୍ଷ ଟଙ୍କା ଜିତିଛନ୍ତି ଓଡିଆ ଯୁବକ ନମ୍ବଲା ରବି କୁମାର । କୋରପୁଟ ଜିଲ୍ଲା ଦାମନଯୋଡିର ନାଲକୋରେ ଟେକ୍ନିସିଆନ ଭାବେ କାମ କରନ୍ତି ୪୭ ବର୍ଷୀୟ ରବି । ୨୦୦୦ ମସିହାରୁ କୌନ ବନେଗା କରୋଡପତି ପାଇଁ ପ୍ରସ୍ତୁତି ଚଲାଇଥିଲେ ରବି କୁମାର। ଆଉ ୭ ବର୍ଷ ହେବ ଅଡିସନ୍ ପାଇଁ ଚେଷ୍ଟା କରୁଥିଲେ । ଆଉ ଶେଷରେ ୭ ବର୍ଷ ପରେ ତାଙ୍କୁ ମିଳିଛି ଏହି ସଫଳତା ।
ଗତ ଗୁରୁବାର ପ୍ରସାରିତ ହୋଇଥିଲା ଏହି ଏପିସୋଡ । ଅମିତାଭ ବଚ୍ଚନଙ୍କ ସହ ହଟ୍ ସିଟରେ ବସି ବଚ୍ଚନଙ୍କ ଗୋଟିଏ ପରେ ଗୋଟିଏ ପ୍ରଶ୍ନର ସଠିକ୍ ଉତ୍ତର ଦେଇ ଚାଲିଥିଲେ ଏନ୍ ରବି କୁମାର । ଆଉ ଶେଷରେ ଜିତିଥିଲେ ୨୫ ଲକ୍ଷ ଟଙ୍କା । ତେବେ କାର‌୍ୟ୍ୟକ୍ରମରେ ଉପସ୍ଥିତ ରହି ପତ୍ନୀ ଏନ. ରେଣୁକା ତାଙ୍କ ଉତ୍ସାହ ବଢାଇଥିଲେ । ତେବେ ରବି କୁମାରଙ୍କ ଏହି ସଫଳତା ପରେ ଚାରିଆଡୁ ଶୁଭେଛାର ସୁଅ ଛୁଟୁଛି ।
ତେବେ ଏହି ସୋ ରୁ ସେ ୭ କୋଟି ଟଙ୍କା ଜିତିବା ପାଇଁ ଆଶା ରଖିଥିଲେ । ଏବଂ ଏହି ଟଙ୍କାରେ ବିଗ୍ ବିଙ୍କ ଜୀବନୀକୁ ନେଇ କରିଥାନ୍ତେ ବାୟୋପିକ୍ । ଯେଉଁଥିରେ ଅମିତାଭଙ୍କ ଚରିତ୍ରରେ ସୁଶାନ୍ତ ସିଂହ ରାଜପୁତ ଅଭିନୟ କରିଥାନ୍ତେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ରବି କୁମାର ।

Share

Leave a Reply

Your email address will not be published. Required fields are marked *

6 + three =