ଦାମ-ବୈଜୟନ୍ତ ଗୋଟିଏ ଭାଡ଼ିର ପାରା

ଭୁବନେଶ୍ୱର () ବିଜେଡିରୁ ବହିଷ୍କୃତ ଦୁଇ ନେତା ଦାମୋଦର ରାଉତ ଓ ବୈଜୟନ୍ତ ପଣ୍ଡା ଗୋଟିଏ ଭାଡ଼ିର ଦୁଇ ପରା। ଏହି ଦୁଇ ନେତା ନିଜକୁ ବିଜୁ ପଟ୍ଟନାୟକଙ୍କ ଅନୁଗତ ବୋଲାଉଛନ୍ତି । ଏବେ କିନ୍ତୁ ଦଳରୁ ବହିଷ୍କୃତ ହେବା ପରେ ନିଜସ୍ୱ ରାଜନୈତିକ ଅଭିସନ୍ଧି ପୂରଣ ପାଇଁ ଏକ ନୂଆ ଦଳ ଗଠନର ଯୋଜନା କରୁଛନ୍ତି । ବିଜୁଙ୍କ ଅନୁଗତ ବୋଲି ଦାବି କରି ଏହିଦୁଇ ନେତା ସାଧାରଣ ଲୋକଙ୍କ ସହାନୁଭୂତି ସାଉଁଟିବାକୁ ଚେଷ୍ଟା କରୁଛନ୍ତି ।

କିଛି ରାଜନୈତିକ ସମୀକ୍ଷକଙ୍କ କହିବା ଅନୁଯାୟୀ, ବିଜେଡିରୁ ବହିଷ୍କୃତ ଏହିଦୁଇ ନେତା ନବୀନଙ୍କ ଭାବମୂର୍ତ୍ତିର ସହାରା ନେଇ ନିଜନିଜର ନିର୍ବାଚନମଣ୍ଡଳୀରେ ଚେର ମଜବୁତ କରୁଥିଲେ । ଦାମ ବାବୁ ବିଜୁ ବାବୁଙ୍କୁ ନିଜ ରାଜନୈତିକ ଗୁରୁ ବୋଲି ଡିଣ୍ଡିମ ପିଟିହେଉଛନ୍ତି । କିନ୍ତୁ ଯେଉଁ ସମୟରେ ନବୀନ ବାବୁଙ୍କ ନେତୃତ୍ୱରେ ବିଜୁ ବାବୁଙ୍କ ନାଁରେ ବିଜୁ ଜନତା ଦଳ ଗଠନ ହେଲା, ସେସମୟରେ ଦାମ ବାବୁ ବିଜୁଙ୍କ ନାଁରେ ଗଠିତ ଦଳରେ ଯୋଗ ଦେଲେଣି । ନବୀନଙ୍କୁ ବିରୋଧ କରୁଥିବା କିଛି ନେତାଙ୍କ ମଧ୍ୟରେ ସେ ବି ସାମିଲ ହୋଇଥିଲେ ।

କିନ୍ତୁ ନବୀନଙ୍କ ଲୋକପ୍ରିୟତା ଦେଖି ବିଜେଡିରେ ମିଶିଲେ । 2000 ମସିହାରେ ବିଜେଡି ଟିକେଟରେ ଲଢ଼ିଲେ । ବିଜୁଙ୍କ ଏହି ଶିଷ୍ୟ ବିଜୁଙ୍କ ଅମଳରେ ବି ସବୁବେଳେ ବିବାଦରେ ଛନ୍ଦି ହେଉଥିଲେ । ତଥାପି ଜଣେ ବରିଷ୍ଠ ନେତା ଭାବେ ନବୀନ ବାବୁ ତାଙ୍କୁ ନିଜ କ୍ୟାବିନେଟର ସାମିଲ କରିଥିଲେ । ନିଜର ଦଇତ୍ୱହୀନ ମନ୍ତବ୍ୟ ଓ ଦଳୀୟ ଶୃଙ୍ଖଳା ଭଙ୍ଗ ପାଇଁ ସେ ବାରମ୍ବାର ମନ୍ତ୍ରୀମଣ୍ଡଳରୁ ବିଦା ହୋଇଛନ୍ତି । ସ୍ୱାମୀଛାଡି ଅଙ୍ଗନବାଡ଼ି, ପୋକ ଆକ୍ରମଣର ଶୀକାର ଚାଷୀ ନିଜ ଫସଲର ନିଆଁ ଲଗାଇଲେ କ୍ଷତିପୂରଣ ପାଇବେନି ଏବଂ ଜୟୀ ରାଜଗୁରୁ ସ୍ୱାଧୀନତା ସଂଗ୍ରାମୀ ନୁହନ୍ତି ଏମିତି କିଛି ବିବାଦୀୟ ବୟାନ ପାଇଁ ବିଜେଡି ସରକାର କାଠଗଡାକୁ ଯାଇଥିଲେ ।

ଦମଙ୍କ ପରି ବୈଜୟନ୍ତ ପଣ୍ଡା ବି ନିଜର ବ୍ୟବସାୟିକ ସ୍ଥିରତା ପାଇଁ ରାଜନୀତି କରୁଛନ୍ତି । ବିଜୁଙ୍କ ଅନୁଗତ ବୋଲାଉଥିବା ବୈଜୟନ୍ତ କିନ୍ତୁ ଜଣେ ସମ୍ବିଧାନକୁ ଅବଜ୍ଞା କରୁଥିବା ନେତା । ଯାହା ବିଜୁ ବାବୁ ନଥିଲେ । ବୈଜୟନ୍ତ ବିଜେଡିରୁ ନିଲମ୍ବିତ ହେବା ପରେ ସାଂସଦ ପଦରୁ ଇସ୍ଥପା ଦେଇଦେଲେ । ତାଙ୍କର ଏଭଳି ଅଗଣତାନ୍ତ୍ରିକ କାର୍ଯ୍ୟ ଯୋଗୁ କେନ୍ଦ୍ରାପଡା ଲୋକସଭା କ୍ଷେତ୍ର ଏବେ ପ୍ରତିନିଧିଶୂନ୍ୟ ହୋଇଛି ବୋଲି ମଧ୍ୟ କିଛି ରାଜନୈତିକ ପଣ୍ଡିତ କହୁଛନ୍ତି ।

ବିଜୁବାବୁ ନିଜ ରାଜନୈତିକ ଜୀବନରେ ମାତ୍ର 8ରୁ 10 ବର୍ଷ କ୍ଷମତାରେ ଥିଲେ। ଅଧିକାଂଶ ସମୟ ସେ ବିରୋଧୀ ଦଳରେ ରହିଥିଲେ। କିନ୍ତୁ ସେ କ୍ଷମତା ପଛରେ ଗୋଡାଉନଥିଲେ। ବିରୋଧୀ ଦଳରେ ରହିବି ସେ ରାଜ୍ୟ ପାଇଁ କାମ କରୁଥିଲେ । ତାଙ୍କର ଏହି ଆତ୍ମଘୋଷିତ ଅନୁଗତ ଦୁହେଁ କିନ୍ତୁ ସବୁବେଳେ କ୍ଷମତା ଲୋଭୀ । କ୍ଷମତା ହାତରୁ ଚାଲିଯିବାରୁ ନେତାଙ୍କୁ ସମାଲୋଚନା କରିବାକୁ ପଛାଉନାହାନ୍ତି । ଏମିତି କିଛି ଦୃଷ୍ଟାନ୍ତରୁ ଦାମ ରାଉତ ଓ ବୈଜୟନ୍ତ ପଣ୍ଡା ନୈତିକତା ଦୃଷ୍ଟିରୁ ନିଜକୁ ବିଜୁ ଅନୁଗତ କହିବା ଉଚିତ ନୁହେଁ ବୋଲି ସେମାନେ ଯୁକ୍ତି ବଢ଼ିଛନ୍ତି।

Share

Leave a Reply

Your email address will not be published. Required fields are marked *

nineteen + 18 =