୬୦ ଲକ୍ଷ ମତଦାତା ନିର୍ଦ୍ଧାରଣ କରିବେ 217 ପ୍ରାର୍ଥୀଙ୍କ ଭାଗ୍ୟ, ଜାଣନ୍ତୁ ପ୍ରଥମ ପର୍ଯ୍ୟାୟର ପ୍ରାର୍ଥୀଙ୍କୁ …

ଭୁବନେଶ୍ବର (): ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଉ ମାତ୍ର ଦିନ କେଇଟା। ୪ ଲୋକସଭା ଏବଂ ୨୮ ବିଧାନସଭା ଆସନ ପାଇଁ ଆସନ୍ତା 11 ତାରିଖରେ ହେବ ମତଦାନ । ପ୍ରତିଦ୍ବନ୍ଦ୍ବିତାକୁ ଓହ୍ଲାଇଛନ୍ତି ୨୧୭ ପ୍ରାର୍ଥୀ । ପ୍ରାୟ ୬୦ ଲକ୍ଷ ମତଦାତା  ୭ ହଜାର ୨ ଶହ ୩୩ ଭୋଟ କେନ୍ଦ୍ରରେ ମତଦାନ ସାବ୍ୟସ୍ତ କରିବେ ।

କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ବ୍ରହ୍ମପୁର ଏହି ଚାରୋଟି ଲୋକସଭା ଓ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ପାଇଁ ମତଦାନ ହେବ । ୪ ଲୋକସଭା ଆସନରେ ୨୬ ଜଣ ପ୍ରାର୍ଥୀ ରହିଛନ୍ତି । ସେମାନଙ୍କ ମଧ୍ୟରେ ୨୪ ଜଣ ପୁରୁଷ ଏବଂ ୨ ଜଣ ମହିଳା ପ୍ରାର୍ଥୀ । ବିଭିନ୍ନ ଜାତୀୟ ଦଳ ୧୨ ଜଣ ପ୍ରାର୍ଥୀ ଏହି ୪ ଲୋକସଭା ଆସନରେ ଭାଗ୍ୟ ପରୀକ୍ଷା କରିବାକୁ ଯାଉଥିବା ବେଳେ, ରାଜ୍ୟସ୍ତରୀୟ ଦଳର ୪ ଜଣ, ଅନ୍ୟ ଦଳର ୭ ଜାଣ ଏବଂ ସ୍ବାଧୀନ ପ୍ରାର୍ଥୀ ଭାବେ ୩ ଜଣ ମଇଦାନକୁ ଓହ୍ଲାଇଛନ୍ତି ।

ସେହିଭଳି ୨୮ଟି ବିଧାନସଭା କ୍ଷେତ୍ରରେ ମଇଦାନକୁ ଓହ୍ଲାଇଥିବା ୧୯୧ ପ୍ରାର୍ଥୀଙ୍କ ମଧ୍ୟରୁ ମହିଳା ପ୍ରାର୍ଥୀଙ୍କ ସଂଖ୍ୟା ୧୬ । ଦଳ ହିସାବରେ ଏହି ୨୮ ଆସନରେ ଜାତୀୟ ଦଳର ୭୯ ଜଣ, ଆଞ୍ଚଳିକ ଦଳରୁ  ୨୮ ଜଣ, ଅନ୍ୟ ଦଳରୁ ୩୮ ଏବଂ ସ୍ବାଧିନ ପ୍ରାର୍ଥୀ ଭାବେ ୪୬ ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି।

୪ ଲୋକସଭା ମଧ୍ୟରୁ ବ୍ରହ୍ମପୁର ଲୋକସଭା ପାଇଁ ବିଜେଡିରୁ ଚନ୍ଦ୍ର ଶେଖର ସାହୁ, ବିଜେପିରୁ ଭୃଗୁ ବକ୍ସିପାତ୍ର ଏବଂ କଂଗ୍ରେସର ପ୍ରର୍ଥୀ ହୋଇଛନ୍ତି ଭି. ଚନ୍ଦ୍ର ଶେଖର ଗିରି । ସେହିଭଳି ନବରଙ୍ଗପୁର ଲେକସଭା ଆସନରେ ବିଜେଡିର ରମେଶ ମାଝୀ, କଂଗ୍ରେସର ପ୍ରଦୀପ ମାଝୀ ଏବଂ ବିଜେପିର ବଳଭଦ୍ର ମାଝୀଙ୍କ ମଧ୍ୟରେ ଟକ୍କର ହେଉଛି । କୋରାପୁଟ ଲୋକସଭା ଆସନରେ ବିଜେଡିର କୌଶଲ୍ୟା ହିକକା, ବିଜେପିର ଜୟରାମ ପାଙ୍ଗି ଏବଂ କଂଗ୍ରେସର ସପ୍ତଗିରି ଉଲ୍ଲାକା ମଇଦାନରେ ଅଛନ୍ତି । କଳାହାଣ୍ଡି ଲୋକସଭା ଆସନରେ ବିଜେଡିର ପୁଷ୍ପେନ୍ଦ୍ର ସିଂ ଦେଓ, ବିଜେପିର ବସନ୍ତ ପଣ୍ଡା ଏବଂ କଂଗ୍ରେସର ଭକ୍ତ ଦାସଙ୍କ ମଧ୍ୟରେ  ଲେଢେଇ ହେଉଛି ।

ସେହିଭଳି ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ ବିଧାନସଭା ଆସନରୁ ପ୍ରମୁଖ ରାଜନୈତିକ ଦଳଗୁଡିକର ପ୍ରାର୍ଥୀ ମାନେ ହେଲେ-

(କଳାହାଣ୍ଡି ଲୋକସଭା କ୍ଷେତ୍ର ଅନ୍ତର୍ଗତ ବିଧାନସଭା ଆସନ)

ବିଧାନସଭା       ବିଜେଡି                        ବିଜେପି                 କଂଗ୍ରେସ

ନୂଆପଡା       ରାଜେନ୍ଦ୍ର ଢୋଲକିଆ     ହମସିଂଘ ମାଝୀ           ଘାସୀରାମ ମାଝୀ

ଖରିଆର        ଲମ୍ବୋଦର ନିଆଲ       ରୀତାରାଣୀ ବଗର୍ତ୍ତି       ଅଧିରାଜ ପାଣିଗ୍ରାହୀ

ଲାଞ୍ଜିଗଡ        ପ୍ରଦୀପ କୁମାର ଦିଶାରୀ  ରମେଶ ମାଝୀ          ଶିବାଜୀ ମାଝୀ

ଜୁନାଗଡ        ଦିବ୍ୟଶଙ୍କର ମିଶ୍ର           ମନୋଜ ମେହେର     ଅନିଲ ସିଂ ଦେଓ

ଧର୍ମଗଡ        ମୌସୁଦି ବାଗ             ଅନନ୍ତ ପ୍ରତାପ ଦେଓ    ଦିଗମ୍ବର ଦୁରିଆ

ଭବାନୀପାଟଣା ଦୁଷ୍ମନ୍ତ ନାୟକ             ପ୍ରଦୀପ  ନାୟକ         ସାଗର ଚରଣ ଦାସ

ନର୍ଲା             ଭୂପିନ୍ଦର ସିଂ               ଅନିରୁଦ୍ଧ ପ୍ରଧାନ          ଚିତ୍ତରଞ୍ଜନ ମଣ୍ଡଳ

(ନବରଙ୍ଗପୁର ଲୋକସଭା କ୍ଷେତ୍ର ଅନ୍ତର୍ଗତ ବିଧାନସଭା ଆସନ)

ଉମରକୋଟ   ସୁବାସ ଗଣ୍ଡ                ନିତ୍ୟାନନ୍ଦ ଗଣ୍ଡ           ଯଶୋଦା ରାଣୀ ଗୌଡ

ଝରିଗାଁ           ପ୍ରକାଶ ଚନ୍ଦ୍ର ମାଝୀ       ପରଶୁରାମ ମାଝୀ        ଉଲାଧର ମାଝୀ

ନବରଙ୍ଗପୁର   ସଦାଶିବ ପ୍ରଧାନୀ        ଗୌରୀ ମାଝୀ             ସଦନ ନାୟକ

ଡାବୁଗାଁ         ମନୋହର ରନ୍ଧାରୀ       ପଦ୍ମନ ନାୟକ             ଭୂଜବଳ ମାଝୀ

କୋଟପାଡ     ପଦ୍ନିନୀ ଦିଆନ            ଖଗେଶ୍ବର ପୂଜାରୀ       ଚନ୍ଦ୍ରଶେଖର ମାଝୀ

ମାଲକାନଗିରି  ମୁକୁନ୍ଦ ସୋଡି              ଆଦିତ୍ୟ ମାଢୀ           ମାଲା ମାଢୀ

ଚିତ୍ରକୋଣ୍ଡା     ପୂର୍ଣ୍ଣଚନ୍ଦ୍ର ବକା             ପଦୁ ମାଝୀ                 ଲକ୍ଷ୍ମୀପ୍ରିୟା ନାୟକ

(ବ୍ରହ୍ମପୁର ଲୋକସଭା କ୍ଷେତ୍ର ଅନ୍ତର୍ଗତ ବିଧାନସଭା ଆସନ)

ଗୋପାଳପୁର  ପ୍ରଦୀପ ପାଣିଗ୍ରାହୀ        ବିଭୂତି ଜେନା             ଏସ୍‌. ଧର୍ମରାଜ ରେଡ୍ଡୀ

ଛତ୍ରପୁର        ସୁବାସ ଚନ୍ଦ୍ର ବେହେରା   ପ୍ରଶାନ୍ତ କର               ପ୍ରଦୀପ ସେଠୀ

ବ୍ରହ୍ମପୁର        ବିକ୍ରମ ପଣ୍ଡା                 କାହ୍ନୁ ପତି                  ଲିଙ୍ଗରାଜ ଚୌଧୁରୀ

ଦିଗପହଣ୍ଡି     ସୂର୍ଯ୍ୟନାରାୟଣ ପାତ୍ର      ପିଙ୍କି ପ୍ରଧାନ               ପ୍ରଫୁଲ୍ଲ ପଣ୍ଡା

ଚିକିଟି         ଉଷା ଦେବୀ                 ମନୋରଞ୍ଜନ              ସୁବାସ ଚନ୍ଦ୍ର ରାଉତ

ଦ୍ୟାନସାମନ୍ତରାୟ

 ମୋହନା       ପୂର୍ଣ୍ଣବାସୀ ନାୟକ       ପ୍ରଶାନ୍ତ ମଲ୍ଲିକ             ଦାଶରଥୀ ଗମାଙ୍ଗୋ

ପରଳାଖେମୁଣ୍ଡି କଲ୍ୟାଣୀ ଗଜପତି     କେ. ନାରାୟଣ ରାଓ     କେ. ସୂର୍ୟ୍ୟା ରାଓ

(କୋରାପୁଟ ଲୋକସଭା କ୍ଷେତ୍ର ଅନ୍ତର୍ଗତ ବିଧାନସଭା ଆସନ)

ଗୁଣୁପୁର        ରଘୁନାଥ ଗମାଙ୍ଗ        ଶିଶିର ଗମାଙ୍ଗ               ପୁରୁଷୋତ୍ତମ ଗମାଙ୍ଗୋ

ବିଷମକଟକ    ଜଗନ୍ନାଥ ସାରକା        ଶିବଶଙ୍କର ଉଲ୍ଲାକା        ନୀଳମାଧବ ହିକକା

ରୟଗଡା        ଲାଲବିହାରୀ ହିମରିକା   ବସନ୍ତ ଉଲ୍ଲାକା             ଆପାଲାସ୍ବାମୀ କାଡ୍ରାକା

ଲକ୍ଷ୍ମୀପୁର       ପ୍ରଭୂ ଜାନୀ                  କୁମୁଦ ସାଉନ୍ତା             କୈଳାଶ କୁଲେସିକା

ଜୟପୁର        ରବିନାରାୟଣ ନନ୍ଦ        ଗୌତମ ସାମନ୍ତରାୟ      ତାରାପ୍ରସାଦ ବାହିନୀପତି

କୋରାପୁଟ    ରଘୁରାମ ପଡାଲ           ତ୍ରିପୁରା ଗର୍ଦା                 କୃଷ୍ଣ ଚନ୍ଦ୍ର କୁଳଦୀପ

ପଟାଙ୍ଗି         ପ୍ରୀତମ ପାଢୀ              ରାମଚନ୍ଦ୍ର ପାଙ୍ଗୀ              ରାମଚନ୍ଦ୍ର କାଡାମ

Share

Leave a Reply

Your email address will not be published. Required fields are marked *

17 − 16 =