ରାଜନୈତିକ ଆକ୍ରମଣ ବନାମ ସୌଜନ୍ୟତା

ଭୁବନେଶ୍ବର () ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଜ୍ୟ ବିଜେପିର ଦୋମୁହାଁ ନୀତି । ଗୋଟେପଟେ ରାଜ୍ୟର ପ୍ରଶାସକଙ୍କୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସଫଳତା ପାଇଁ ଦିଲ୍ଲୀରେ ପୁରସ୍କୃତ କରୁଛନ୍ତି, ଆଉ ଅନ୍ୟପଟେ ଓଡିଶାରେ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ଟାର୍ଗେଟ କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସର୍ବୋଚ୍ଚ ପଦବୀରେ ଥାଇ ମଧ୍ୟ ଏହି ରାଜନୀତିରୁ ବାଦ ପଡିନାହାଁନ୍ତି ।

ଆୟୁଷ୍ମାନ ଯୋଜନ ହେଉ କି ମାତୃ ମୃତ୍ୟୁହାର, ଏପରିକି ବିକାଶର ଅନ୍ୟାନ ସୂଚକାଂକକୁ ନେଇ ବିଜେଡି ନେତୃତ୍ବାଧୀନ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ । ତାଳଚେର ସାର କାରଖାନାର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ରାଜ୍ୟର ଚାଷୀଙ୍କ ସ୍ବାର୍ଥ ପାଇଁ ଏହି ସାର କାରଖାନାରୁ ଉତ୍ପାଦିତ ସାରରୁ 50 ପ୍ରତିଶତ କୋଟା ରାଜ୍ୟ ପାଇଁ ସଂରକ୍ଷିତ କରିବାକୁ ଅନୁରୋଧ କରିଛନ୍ତି । ମୁଖ୍ୟମନ୍ତ୍ରୀ ପୂର୍ବ ଭାରତର ଏହି ବିକାଶ ପ୍ରକ୍ରିୟାକୁ ପ୍ରଶଂସା ମଧ୍ୟ କରିଛନ୍ତି ।

ସେପଟେ ପ୍ରଧାନମନ୍ତ୍ରୀ କିନ୍ତୁ ଏହି ସଭାମଂଚକୁ ରାଜନୈତିକ ଆକ୍ରମଣର କ୍ଷେତ୍ର ଭାବେ ଗ୍ରହଣ କରି ନବୀନ ପଟ୍ଟନାୟକ ନେତୃତ୍ବାଧୀନ ବିଜେଡି ସରକାରର ବିଫଳତାର ତାଲିକା ଦେବାକୁ ଚେଷ୍ଟା କରିଛନ୍ତି । ନବୀନ ପଟ୍ଟନାୟକ କିନ୍ତୁ ସୌଜନ୍ୟତାର ପରିଚୟ ଦେଇ ଝାରସୁଗୁଡା ବିମାନବନ୍ଦର ଉଦଘାଟନ ଉତ୍ସବରେ କୌଣସି ପ୍ରକାର ରାଜନୈତିକ କଟୁ ଶବ୍ଦର ବ୍ୟବହାର କରିନାହାଁନ୍ତି । ଓଡିଶା ମାଟିକୁ ଆସିଥିବା ପ୍ରଧାନମନ୍ତ୍ରୀଙ୍କୁ ଯେଉଁଭଳି ସମ୍ମାନ ଓ ସୌଜନ୍ୟତାର ସହ ସ୍ବାଗତ କରିବା କଥା ନବୀନ ପଟ୍ଟନାୟକ ତାହାହିଁ କରିଛନ୍ତି । ପ୍ରଧାନମନ୍ତ୍ରୀ ଓ ରାଜ୍ୟ ବିଜେପି ନେତାମାନେ ଏହି ସୌଜନ୍ୟତା ଶିଖିବା ଉଚିତ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି । ରାଜନୈତିକ ଆକ୍ରମଣର କ୍ଷେତ୍ର ଏବଂ ବିକାଶ ମୂଳକ ପ୍ରକଳ୍ପ ପାଇଁ ଆୟୋଜିତ ସାଧାରଣ ସଭା ମଧ୍ୟରେ ରହିଥିବା ପାର୍ଥକ୍ୟକୁ ଚିହ୍ନନ୍ତୁ ।

Share

Leave a Reply

Your email address will not be published. Required fields are marked *

sixteen − 15 =