ପ୍ରଚାରରେ ହଜାର ହଜାର କୋଟି ଖର୍ଚ୍ଚ କରୁଛି କେନ୍ଦ୍ର ସରକାର : ଶତ୍ରୁଘ୍ନ ସିହ୍ନା

ବିଜେପି ଛାଡ଼ି ସେ ହାତ ସହ ସମ୍ପର୍କ ଯୋଡ଼ିଛନ୍ତି ଶତ୍ରୁଘ୍ନ ସିହ୍ନା । ଆଜି ସେ ବିଧିବଦ୍ଧ ଭାବରେ କଂଗ୍ରେସରେ ଯୋଗ ଦେଇଛନ୍ତି। ନିକଟରେ ବିଜେପି ଛାଡ଼ିଥିଲେ ଶତ୍ରୁଘ୍ନ। ସେ କହିଛନ୍ତି, ବିମୁଦ୍ରିକରଣ ବିଶ୍ୱରେ ସବୁଠୁ ବଡ଼ ଘୋଟାଲା। ଆଗାମୀ ନିର୍ବାଚନରେ ଭୋଟର ଏହାର କଡ଼ା ଜବାବ ଦେବେ। ବିଜେପିକୁ ଟାର୍ଗେଟ କରି ଶତ୍ରୁଘ୍ନ କହିଛନ୍ତି, ପ୍ରଚାରରେ କେନ୍ଦ୍ର ସରକାର ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ବିକାଶ ପାଇଁ କିଛି କରୁ ନାହାନ୍ତି। ଏବେ ବିଜେପିର ବଡ଼ ବଡ଼ ନେତାଙ୍କୁ ସାଇଡ୍ ଲାଇନ୍ କରି ଦିଆଯାଇଛି। ଏଥର ସେ ବିହାର ପାଟଣା ସାହିବରୁ କଂଗ୍ରେସ ପ୍ରାର୍ଥୀ ହେବେ। ବିଜେପିର ରବିଶଙ୍କର ପ୍ରସାଦଙ୍କ ବିରୋଧରେ ସେ ପ୍ରାର୍ଥୀ ହେବେ।

Share

Leave a Reply

Your email address will not be published. Required fields are marked *

fourteen − 4 =