ଦରମା ନମିଳିବାର ଶିକ୍ଷକଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ: ନୂଆଦିଲ୍ଲୀ : ବିଷାଦଗ୍ରସ୍ତ କଲା ମହମାରୀ । ଆତ୍ମହତ୍ୟା କଲେ ଘରୋଇ ସ୍କୁଲ ଶିକ୍ଷକ । ରାଜଧାନୀ ଦିଲ୍ଲୀରେ ଜଣେ ସ୍କୁଲ ଶିକ୍ଷକ ଆତ୍ମହତ୍ୟା କରିବା ପରେ ଚାରିଆଡ଼େ ହଇଚଇ ସୃଷ୍ଟି ହୋଇଛି । ବିଗତ ଦୁଇ ବର୍ଷ ଧରି ବେତନ ନମିଳିବାରୁ ଚିନ୍ତାରେ ଥିଲେ ଶିକ୍ଷକ । ଲକଡାଉନ୍ ସମୟରେ ଘର ଚଳାଇବା ମୁସ୍କିଲ ହୋଇପଡ଼ିଥିଲା । ଶେଷରେ ଆତ୍ମହତ୍ୟା ପରି ଚରମ ରାସ୍ତା ବାଛିନେଲେ ଶିକ୍ଷକ । ରାଜଧାନୀ ଦିଲ୍ଲୀର ପୀତମପୁରାରେ ନିଜ ପରିବାର ସହ ରହୁଥିବା ଅନୁପ ଜୋହର ନାମକ ଜଣେ ଶିକ୍ଷକ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି ।

ତେବେ ଆତ୍ମହତ୍ୟା ପରେ ସେ ଏକ ସୁଇସାଇଡ୍ ନୋଟ୍ ମଧ୍ୟ ଛାଡ଼ି ଯାଇଛନ୍ତି । ସୁଇସାଇଡ ନୋଟରେ ଅନୁପଙ୍କ ଅସହାୟତା ସ୍ପଷ୍ଟ ଜଣାପଡ଼ୁଛି । ବେତନ ନାମରେ କେବଳ ଆଶ୍ୱାସନା ମିଳୁଥିଲା ବୋଲି ସେ ଲେଖିଛନ୍ତି । ପୀତମପୁରାରେ ଭାନୁ ଏପକ୍ଲେଭରେ ନିଜର ପରିବାର ସହ ରହୁଥିଲେ ଅନୁପ । ପରିବାର କହିଲେ ତାଙ୍କ ମା’ ଓ ଭାଇ । ବାପା କେବେଠୁ ଆରପାରିରେ । ଘର ଯାକର ବୋଝ ତାଙ୍କ ମୁଣ୍ଡରେ । ହେଲେ ଲକଡାଉନ୍ ଯୋଗୁଁ ସ୍କୁଲ, କଲେଜ ବନ୍ଦ ହୋଇଯାଇଥିଲା । ଏବଂ ୨ ବର୍ଷ ହେଲା ବେତନ ନମିଳିବାରୁ ଆର୍ଥକ ଅନଟନ ଦେଇ ଗତି କରୁଥିଲେ । ପୂରା ପରିବାରର ବୋଝ ତାଙ୍କ ଉପରେ ଥିବାରୁ ଧୀରେ ଧୀରେ ସେ ବିଷାଦଗ୍ରସ୍ତ ହୋଇପଡ଼ିଥିଲେ ।

Share

Leave a Reply

Your email address will not be published. Required fields are marked *

two × 1 =