ବିଜୟ ଶୋଭାଯାତ୍ରା ଉପରେ କଟକଣା ହଟାଇଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ : ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣତି ପରେ ବିଜୟ ଶୋଭାଯାତ୍ରା ଉପରେ ଲଗାଯାଇଥିବା କଟକଣାକୁ ନିର୍ବାଚନ ଆୟୋଗ ହଟାଇ ଦେଇଛନ୍ତି ।

ଏକ ବିବୃତ୍ତିରେ ଆୟୋଗ କହିଛନ୍ତି ଯେ ଯେଉଁ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଛି ସେହି ରାଜ୍ୟ ଗୁଡ଼ିକରେ କୋଭିଡ-୧୯ ମହାମାରୀର ସ୍ଥିତିକୁ ଦୃଷ୍ଟିରେ ରଖି ଭୋଟ୍ ଗଣତି ସମୟରେ ଏବଂ ପରେ ବିଜୟ ଶୋଭାଯାତ୍ରା ନେଇ କଟକଣାକୁ କୋହଳ କରିବାକୁ ନିଷ୍ପତ୍ତି ନିଆଯାଇଛି। ଶୋଭାଯାତ୍ରା ଉପରେ ପ୍ରତିବନ୍ଧକ ସମ୍ପୂର୍ଣ୍ଣ ରୂପେ ହଟାଯିବ |

ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଏବଂ ମଣିପୁରରେ ବିଧାନସଭା ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିବା ବେଳେ ନିର୍ବାଚନ ଆୟୋଗ ବିଜୟ ଶୋଭାଯାତ୍ରା ବ୍ୟତୀତ ନିର୍ବାଚନ ସହ ଜଡିତ ବିଭିନ୍ନ ଦିଗ ଉପରେ ପ୍ରତିବନ୍ଧକ ଲଗାଇଥିଲେ।

Share

Leave a Reply

Your email address will not be published. Required fields are marked *

5 × 2 =