ଧାରା ୩୭୭କୁ ସୁପ୍ରିମକୋର୍ଟର ଖଣ୍ଡନ: ଏଣିକି ସମଲିଙ୍ଗୀ ଯୌନ ସମ୍ପର୍କ ନୁହେଁ ଅପରାଧ

ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ର, ଜଷ୍ଟିସ୍‌ ଏଏମ୍‌ ଖାନ୍‌ୱିଲକର, ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍‌ ଇନ୍ଦୁ ମାଲହୋତ୍ରା ଓ ଜଷ୍ଟିସ୍‌ ଆର୍‌ ଏଫ୍‌ ନରିମନ୍‌ଙ୍କ ସାମ୍ବିଧାନିକ ବେଞ୍ଚ୍‌ ସମଲିଙ୍ଗୀ ଯୌନ ସମ୍ପର୍କକୁ ଅପରାଧ ବୋଲି ବିବେଚନା କରୁଥିବା ଧାରା ୩୭୭କୁ ଆଜି ସୁପ୍ରିମକୋର୍ଟର ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଅବୈଧ ବୋଲି କହିଛନ୍ତି।  ଏଲଜିବିଟି ସଂପ୍ରଦାୟ ବିଭିନ୍ନ ସ୍ଥାନରେ କେକ୍‌ କାଟି ଏହି ରାୟକୁ ସ୍ୱାଗତ କରିଛନ୍ତି।ପ୍ରଥମେ ରୁଲିଂ ଶୁଣାଇ ଜଷ୍ଟିସ୍‌ ମିଶ୍ର ଓ ଜଷ୍ଟିସ୍‌ ଖାନ୍‌ୱିଲକର କହିଥିଲେ, ଧାରା ୩୭୭ ଏଲଜିବିଟି ସଂପ୍ରଦାୟର ଅଧିକାରକୁ କ୍ଷୁଣ୍ଣ କରୁଥିବାରୁ ଏହା ଅଯୌକ୍ତିକ, ସ୍ୱେଚ୍ଛାଚାରୀ ଓ ଅବୋଧଗମ୍ୟ ।ସହମତି ଭିତ୍ତିରେ ସମଲିଙ୍ଗୀଙ୍କ ମଧ୍ୟରେ ଗୁପ୍ତ ଭାବେ ଘଟୁଥିବା ଯୌନ ସମ୍ପର୍କକୁ କେବେ ହେଲେ ଧାରା ୩୭୭ ମଧ୍ୟରେ  ଆସି ପାରିବ ନାହିଁ। ଏଲଜିବିଟି ସଂପ୍ରଦାୟଙ୍କ ପାଇଁ ଆଜି ଯେଉଁ ରାୟ ପ୍ରକାଶ ପାଇଛି, ତାକୁ କେନ୍ଦ୍ର ସରକାର ପର୍ଯ୍ୟାୟକ୍ରମେ ପ୍ରଚାର ପ୍ରସାର ଦ୍ୱାରା ସମାଜର କୋଣ ଅନୁକୋଣରେ ପହଞ୍ଚାଇବା ଦରକାର।

 

Share

Leave a Reply

Your email address will not be published. Required fields are marked *

two + 15 =