ଗାନ୍ଧି ଜୟନ୍ତୀରୁ ପଲିଥିନ ମୁକ୍ତହେବ ୫ଟି ସହର

ଭୁବନେଶ୍ବର: ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ଡ୍ରାଫ୍ଟ ରିପୋର୍ଟ ଅନୁସାରେ ଆସନ୍ତା ଅକ୍ଟୋବର ୨ ଗାନ୍ଧି ଜୟନ୍ତୀରୁ ରାଜ୍ୟର ୫ଟି ସହରରେ ପ୍ଲାଷ୍ଟିକ୍ନ ଓ ପଲିଥିନ ବ୍ୟାଗର ବ୍ୟବହାର ନିଷେଧ ହେବ। ସାଧାରଣ ଲୋକଙ୍କ ପାଇଁ ନିୟମାବଳୀ କଣ ରହିବ, ସେ ନେଇ ଡ୍ରାଫ୍ଟ ରିପୋର୍ଟରେ ବିସ୍ତୃତ ଭାବେ ଉଲ୍ଲେଖ ରହିଛି। କୌଣସି ବ୍ୟକ୍ତି ପ୍ଲାଷ୍ଟିକ ଦ୍ରବ୍ୟ ବିକ୍ରି, ବ୍ୟବସାୟ, ଉତ୍ପାଦନ କିମ୍ବା ଆମଦାନୀ କରିପାରିବେ ନାହିଁ  ବା ସଂରକ୍ଷିତ ରଖିପାରିବେ ନାହିଁ। ଜିନିଷପତ୍ର ନେବା ଆଣିବା, ପରିବହନ କ୍ଷେତ୍ରରେ ମଧ୍ୟ ଏହାର ବ୍ୟବହାର ହେବ ନାହିଁ। କେବଳ ମାଟିରେ ନଷ୍ଟ ହୋଇପାରୁଥିବା ମାନର ପ୍ଲାଷ୍ଟିକ ବ୍ୟାଗ ବ୍ୟତୀତ ଅନ୍ୟ ପ୍ରକାର ପଲିଥିନ୍ କ୍ୟାରିବ୍ୟାଗ୍ ବ୍ୟବହାର ନକରିବା ପାଇଁ କୁହାଯାଇଛି। ପାଣିବୋତଲ, ଥର୍ମୋକୁଲ କିମ୍ବା ପ୍ଲାଷ୍ଟିକ ପ୍ରସ୍ତୁତ ଥାଳି, ଚାମଚ, କପ୍, ପ୍ଲେଟ୍, ଗ୍ଲାସ୍, ଷ୍ଟ୍ର, ପାଉଚ୍ ଓ ଅନ୍ୟ ତରଳ ପଦାର୍ଥ ରହୁଥିବା କଣ୍ଟେନର ମଧ୍ୟ ବ୍ୟବହାର କରାଯିବନି। ସେହିଭଳି ନର୍ସରୀ, କୃଷି, ଉଦ୍ୟାନ କୃଷି ଲାଗି ବ୍ୟବହାର ହେଉଥିବା ପଲିଥିନ୍ ଓ ସ୍ୱାସ୍ଥ୍ୟକ୍ଷେତ୍ର, ବିଶେଷକରି ମେଡିସିନ୍, ରକ୍ତ ସଂରକ୍ଷଣ ବ୍ୟାଗ୍, ସିରିଞ୍ଜ୍ ଓ ଅନ୍ୟ ଡାକ୍ତରୀ ଉପକରଣ କ୍ଷେତ୍ରରେ କୌଣସି କଟକଣା ଲାଗିବନି।

 

Share

Leave a Reply

Your email address will not be published. Required fields are marked *

2 × one =