ଦେଶ ପାଇଁ ବଡ ପଦକ୍ଷେପ ନେବାକୁ ପଛେଇବୁନି

ନୂଆଦିଲ୍ଲୀ() ଏଲଏସିରେ ଭାରତ-ଚୀନ୍ ସୀମା ବାବଦ ମାମଲାରେ ରାଜ୍ୟସଭାରେ ବଡ ବୟାନ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ରାଜନାଥ ସିଂହ କହିଛନ୍ତି ଯେ, ‘ବାରମ୍ବାର ସୀମା ନିୟମ ଉଲ୍ଲଙ୍ଘନ କରୁଛି ଚୀନ । ଭାରତର ଜମିକୁ ନିଜର କହୁଛି ଚୀନ୍ । ଦୁଇଦେଶର ଅଲଗା ଅଲଗା ଦାବି, କିନ୍ତୁ ଆମେ ଶାନ୍ତିପୂର୍ଣ୍ଣ ସମାଧାନ ଚାହୁଁଛୁ । ଏଲଏସିରେ ଚୀନ ତାର ସେନା ସଂଖ୍ୟା ବଢାଇଛି । ଦେଶର ସୁରକ୍ଷା ପାଇଁ ଆମେ ମଧ୍ୟ ସୀମାରେ ଅଧିକ ସେନା ମୁତୟନ କରିଛୁ । ସୀମା ମଧ୍ୟକୁ ଚୀନ୍ ଜବରଦସ୍ତି ପ୍ରବେଶ ପାଇଁ ଚେଷ୍ଟା କରୁଛି । ଭାରତ ମଧ୍ୟ ଚୀନକୁ ଉଚିତ୍ ଦେଇଛି । ଦେଶ ପାଇଁ ବଡ ପଦକ୍ଷେପ ନେବାକୁ ପଛେଇବୁନି । ଆମ ଯବାନ କୌଣସି ବି ପରିସ୍ଥିତିର ସାମ୍ନା ପାଇଁ ପ୍ରସ୍ତୁତ ରହିଛନ୍ତି ବୋଲି ରାଜନାଥ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

2 × one =