ବଳ୍ତାକାରୀଙ୍କୁ ମିଳିବ ମୃତ୍ୟୁଦଣ୍ଡ

ନୂଆ ଦିଲ୍ଲୀ: ୧୨ ବର୍ଷରୁ କମ ବୟସର ନାବାଳିକାଙ୍କୁ ଦୁଷ୍କର୍ମ ଓ ଗଣଦୁଷ୍କର୍ମ ଅପରାଧ ପାଇଁ ଏବେ ଅପରାଧୀକୁ ମିଳିବ ମୃତ୍ୟୁ ଦଣ୍ଡ | ଫୌଜଦାରୀ ଆଇନ ସଂଶୋଧନ ବିଲ୨୦୧୮ କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଞ୍ଜୁରୀ ପ୍ରଦାନ କରିଛନ୍ତି |ସଂଶୋଧିତ ଆଇନ ଅନୁସାରେ ୧୨ ବର୍ଷରୁ କମ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ଦଣ୍ଡ ମୃତ୍ୟୁ ଦଣ୍ଡ ହେବ | ସେହିଭଳି ମହିଳା ଙ୍କୁ ଦୁଷ୍କର୍ମ ଅପରାଧରେ ଦଣ୍ଡ ୭ ବର୍ଷରୁ ଆରମ୍ଭ କରି ଆଜୀବନ କାରାଦଣ୍ଡ ରଖାଯାଇଛି | ୧୬ ବର୍ଷରୁ କମ ବୟସ୍କାଙ୍କୁ ଦୁଷ୍କର୍ମ କ୍ଷେତ୍ରରେ ୧୦ ବର୍ଷରୁ ଆରମ୍ଭ କରି ୨୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ରଖା ଯାଇଛି | ସବୁଠୁ ବଡ କଥା ହେଉଛି, ୧୬ ବୟସରୁ କମ ବୟସ ଦୁଷ୍କର୍ମ ଘଟଣାରେ ଆଗୁଆ ଜାମିନ ମିଳିବ ନାହିଁ | ଦୁଷ୍କର୍ମ ଘଟଣାର ଅନୁସନ୍ଧାନ ୨ ମାସ ମଧ୍ୟରେ ସରିବା ସହ ବିଚାର ପ୍ରକ୍ରିୟା ମଧ୍ୟ ୨ ମାସ ମଧ୍ୟରେ ସାରିବାକୁ ବାଧ୍ୟ ବୋଲି ଆଇନରେ ବ୍ୟବସ୍ଥା କରାଯାଇଛି |

Share

Leave a Reply

Your email address will not be published. Required fields are marked *

20 − five =