ଆକ୍ସନ ମୋଡରେ କଂଗ୍ରେସ ବାହିନୀ

ଭୁବନେଶ୍ବର:  ବର୍ଷା କାରଣରୁ  ହେଉଥିବା ନାନା ଅସୁବିଧାକୁ ନେଇ କଂଗ୍ରେସ ହଳସିଏମସି କମିଶନରଙ୍କୁ ଭେଟି ଦାବିପତ୍ର ଦେଇଛି । ଏହି ସମୟରେ କଂଗ୍ରେସ କର୍ମୀ ଓ ପୋଲିସ ମୁହାଁମୁହିଁ ହୋଇଛନ୍ତି । କଂଗ୍ରେସ କର୍ମୀମାନେ ଅଫିସ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିବା ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା  କମିଶନରଙ୍କ ବଦଳି ଦାବି କରିବା  ସହ ସିଏମସିରେ ହେଉଥିବା ବିଭିନ୍ନ ଦୁର୍ନୀତିର ସନ୍ତୋଷଜନକ ଉତ୍ତର ଆସନ୍ତା ୩୦ ତାରିଖ ସୁଦ୍ଧା ନରଖିଲେ, ସ୍ୱାୟତ୍ତଶାସନ ଦିବସ ପାଳନ କରାଇ ଦିଆଯିବନାହିଁ ବୋଲି କଂଗ୍ରେସ ଚେତାବନୀ ଦେଇଛି । ସେହିପରି ଭୁବନେଶ୍ୱର ସ୍ଥିତ ରାଜମହଲ ଛକରେ ପୁଲିସ୍-ଛାତ୍ର କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଛନ୍ତି। ଛାତ୍ର କଂଗ୍ରେସ କର୍ମୀମାନେ ନବୀନ ନିବାସ ଘେରାଉ ପାଇଁ ଯିବାବେଳେ ପୁଲିସ୍‌ ସେମାନଙ୍କୁ ଅଟକାଇବାରୁ ଧସ୍ତାଧସ୍ତି ହୋଇଥିଲା ା ଡିଏମ୍‌ଇଟି ଓ ଡିଏମ୍‌ଆରଟି ଛାତ୍ରଙ୍କୁ ନିଯୁକ୍ତି ଦାବିରେ ଛାତ୍ର କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରାଉ କରାଯିବାକୁ ଚେତାବନୀ ଦିଆଯାଇଥିଲା।୭ଦିନ ମଧ୍ୟରେ ଦାବି ପୂରଣ ନହେଲେ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହେବ ବୋଲି ଛାତ୍ର କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି।

 

Share

Leave a Reply

Your email address will not be published. Required fields are marked *

5 × 5 =