ରାଜ୍ୟପାଳଙ୍କୁ ଭେଟିଲେ ସେବାୟତ

ପୁରୀ: ଦଇତାପତି ନିଯୋଗର ପ୍ରତିନିଧୀ ଦଳ ରାଜ୍ୟପାଳଙ୍କୁ ଭେଟିଛନ୍ତି । ବିନାୟକ ଦାସ ମହାପାତ୍ର ଓ ନରସିଂହ ପତି ମହାପାତ୍ରଙ୍କ ନେତୃତ୍ବରେ ଏକ  ୬ ଜଣିଆ ଟିମ୍ ରାଜ୍ୟପାଳ ପ୍ରଫେଶର ଗଣେଶୀ ଲାଲଙ୍କୁ ଭେଟିଛନ୍ତି । ରେକର୍ଡ ଅଫ୍ ରାଇଟ୍ ଉଚ୍ଛେଦ ନକରିବା ସହ ବଂଶାନୁକ୍ରମିକ ସେବା ପୂଜାକୁ ନ ଉଠାଇବାକୁ ଦାବି କରିବା ମହ  ଦାନ, ଦକ୍ଷିଣା, ପାରମ୍ପରିକ ସେବା ନଛଡାଇବାକୁ ମଧ୍ୟ ଦାବି କରାଯାଇଛି । ଏହାଛଡା ଭକ୍ତଙ୍କ ଦର୍ଶନ ପାଇଁ ଅନଲାଇନ୍ ଟିକେଟିଂ ବ୍ୟବସ୍ଥା ଲାଗୁ ନକରିବାକୁ ମଧ୍ୟ ଦାବି କରାଯାଇଛି । ସେପଟେ ଦଇତାପତିଙ୍କ ଦାବି ଶୁଣିବା ପରେ ସମସ୍ତ ନିଯୋଗ ଏକଜୁଟ ହେବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି । ଏଥି ସହ ଭକ୍ତଙ୍କୁ ଶୃଖଂଳିତ ଦର୍ଶନ ଓ ଭଲ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟପାଳ ।

Share

Leave a Reply

Your email address will not be published. Required fields are marked *

3 × three =