ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ବିରୋଧରେ ଷଡଯନ୍ତ୍ର

ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗେଇଙ୍କ ବିରୋଧରେ ଷଡ଼ଯନ୍ତ୍ର ଅଭିଯୋଗ ଉପରେ ତଦନ୍ତ ହେବ । ସର୍ବୋଚ୍ଚ ଅଦାଲତର ପୂର୍ବତନ ବିଚାରପତି ଜଷ୍ଟିସ ଅନଙ୍ଗ କୁମାର ପଟ୍ଟନାୟକ ଉତ୍ସବ ବୈଂଶ ଆଣିଥିବା ଷଡଯନ୍ତ୍ର ଅଭିଯୋଗର ତଦନ୍ତ କରିବେ। ସିବିଆଇ ନିର୍ଦ୍ଦେଶକ ଓ ଆଇବି ମୁଖ୍ୟ ଜଷ୍ଟିସ ପଟ୍ଟନାୟକଙ୍କୁ ମାମଲାର ତଦନ୍ତରେ ସହଯୋଗ କରିବେ। ପ୍ରଧାନ ବିଚାରପତି ଜଷ୍ଟିସ ଗୋଗୋଇଙ୍କ ବିରୋଧରେ ଆସିଥିବା ଯୌନ ନିର୍ୟାତନା ଓ ଷଡ଼ଯନ୍ତ୍ରର ତଦନ୍ତ ପୃଥକ ପୃଥକ ଭାବରେ ହେବ ବୋଲି ତିନିଜଣିଆ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ଷଡ଼ଯନ୍ତ୍ର ପଛରେ କ୍ଷମତାଶାଳୀ ଓ ଉଚ୍ଚ ବ୍ୟକ୍ତିଙ୍କର ହାତ ରହିଥିବା ନେଇ ଆଶଙ୍କା କରିଛନ୍ତି ଖଣ୍ଡପୀଠ। ତେବେ ନ୍ୟାୟପାଳିକା, ପ୍ରଧାନ ବିଚାରପତି ଭଳି ପଦ ଓ ପଦବୀ ବିରୋଧରେ ଷଡ଼ଯନ୍ତ୍ରରୁ କ୍ଷାନ୍ତ ରହିବାକୁ ପରାମର୍ଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ସୁପ୍ରିମକୋର୍ଟର ଓକିଲ ଉତ୍ସବ ବେଂସ ଅତିରିକ୍ତ ସତ୍ୟପାଠ ଓ ବନ୍ଦ ଲଫାଫାରେ ପ୍ରମାଣ ଦାଖଲ କରିବା ପରେ ଆଜି ମାମଲାର ଶୁଣାଣି ହୋଇଥିଲା।

Share

Leave a Reply

Your email address will not be published. Required fields are marked *

six − 1 =