ଦିଲ୍ଲୀ ପୋଲିସ କମିଶନରଙ୍କ ବଦଳି

ନୂଆଦିଲ୍ଲୀ() ଦିଲ୍ଲୀରେ ହିଂସାକାଣ୍ଡ ଚାଲିଥିବା ବେଳେ ଆଜି ଦିଲ୍ଲୀ ପୋଲିସ କମିଶନର ଅମୂଲ୍ୟ ପଟ୍ଟନାୟକଙ୍କ ବଦଳି ହୋଇଛି । ଅମୂଲ୍ୟଙ୍କ ସ୍ଥାନରେ ଏସ.ଏନ. ଶ୍ରୀବାସ୍ତବଙ୍କୁ ଦାୟିତ୍ୱ ମିଳିଛି ।

ସେପଟେ ଗତକାଲି ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ ଏସ. ମୁରଲୀଧରଙ୍କ ବଦଳି ହୋଇଥିଲା ।ଜଷ୍ଟିସ ମୁରଲୀଧରଙ୍କ ବଦଳିକୁ ନେଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ବିଜ୍ଞପ୍ତି ପ୍ରକାଶ କରିଥିଲା ।ହରିଆଣା ଏବଂ ପଞ୍ଜାବ ହାଇକୋର୍ଟଙ୍କୁ ତାଙ୍କର ବଦଳି ହୋଇଥିଲା । ସୁପ୍ରିମକୋର୍ଟର ପ୍ରଧାନବିଚାରପତି ଜଷ୍ଟିସ ଏସ ଏ ବୋବଡ଼େଙ୍କ ସୁପାରିଶକ୍ରମେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ ମୁରଲୀଧରଙ୍କୁ ବଦଳି କରିଥିଲା ।

ସେପଟେ ଦିଲ୍ଲୀ ହିଂସାକାଣ୍ଡରେ ଏଯାଏ ୩୮ ଜଣଙ୍କ ଜୀବନ ଗଲାଣି । ୧୫୦ରୁ ଅଧିକ ଲୋକ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ହିଂସାକାଣ୍ଡ ପାଇଁ ୧୧୫ ଜଣଙ୍କୁ ପୋଲିସ ଗିରଫ କରିଛି । ଏହାରି ଭିତରେ ଆପ୍ ନେତା ହାଜି ତାହିର ହୁସେନଙ୍କ ଘର ସିଲ୍ କରିଛି ପୋଲିସ । ତାଙ୍କ ଛାତ ଉପରୁ ମିଳିଥିବା ପେଟ୍ରୋଲ ବମ୍ ଓ ମାରଣାସ୍ତ୍ରକୁ ନେଇ ତଦନ୍ତ ଆରମ୍ଭ ହୋଇଛି ।

ହିଂସାକାଣ୍ଡର ୩ ଦିନ ପରେ ଦିଲ୍ଲୀରେ ସ୍ଥିତି ସୁଧୁରୁଛି । ହିଂସାକାଣ୍ଡର ଭୟ ଧୀରେ ଧୀରେ ଦୂର ହେଉଛି । ଲୋକଙ୍କ ମନରୁ ଭୟ ଦୂର ହେବା ପରେ ରାସ୍ତାରେ ଗାଡି ଚଳାଚଳ ଆରମ୍ଭ ହୋଇଛି ।

Share

Leave a Reply

Your email address will not be published. Required fields are marked *

sixteen − two =