ଆଜିଠୁ ମାଓବାଦୀଙ୍କ ସହିଦ ସପ୍ତାହ ଆରମ୍ଭ

ଆଜିଠୁ ମାଓବାଦୀଙ୍କ ସହିଦ ସପ୍ତାହ ଆରମ୍ଭ। ୨୫ରୁ ୩୧ ଯାଏ ପାଳନ ହେବ ସହିଦ ସପ୍ତାହ। ମାଲକାନଗିରି ଜିଲ୍ଲା ବିଛିନ୍ନାଞ୍ଚଳ ସମେତ ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲା ଅନ୍ତର୍ଗତ କୋଣ୍ଟା ବ୍ଲକର ଆଭ୍ୟନ୍ତରୀଣ ଅଞ୍ଚଳରେ ନକ୍ସଲଙ୍କ ପକ୍ଷରୁ ଭରାତ ବନ୍ଦ ଡାକରା ଦିଆଯାଇଛି। ବନ୍ଦକୁ ଦୃଷ୍ଟିରେ ରଖି ସୀମାରେ କମ୍ବିଂ ଅପରେସନକୁ ଜୋରଦାର କରାଯ।ଇଛି। ରାଜ୍ୟ ସଡକ ପରିବହନ ନିଗମ ପକ୍ଷରୁ ୧୭ଟି ରୁଟ୍ରେ ବସ୍ ଚଳାଚଳ ବନ୍ଦ ରଖାଯାଇଛି। ବନ୍ଦକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସହର ମଧ୍ୟରେ ପ୍ରବେଶ କରୁଥିବା ସମସ୍ତ ଯାନବାହାନକୁ କଡାକଡି ଭାବେ ଯାଞ୍ଚ କରାଯାଉଛି। ଏହାସହ ଜୋରଦାର ଚାଲିଛି କମ୍ବିଂ ଅପରେସନ୍।
ସେପଟେ ମାଓବାଦୀଙ୍କ ବନ୍ଦର ପ୍ରଭାବ ବାଲିଗୁଡ଼ାରେ ମଧ୍ୟ ଦେଖିବାକୁ ମିଳିଛି । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧର କୁର୍ତ୍ତାମଗଡ଼ ବ୍ୟାଙ୍କ ଆଗରେ ମାଓ ସଂଗଠନ ପକ୍ଷରୁ ପୋଷ୍ଟର ଲଗାଯାଇଛି । ପୋଲିସ ଇନ୍ଫର୍ମର ସନ୍ଦେହରେ ଠିକା ସଂସ୍ଥାର ଜଗୁଳି ରବି କହ୍ନରଙ୍କୁ ଦଣ୍ଡ ଦିଆଯାଇଥିବା ପୋଷ୍ଟରରେ ସୂଚନା ଦିଆଯାଇଛି । ମାଓ ଏନ୍କାଉଣ୍ଟରରେ ପରୋକ୍ଷ ଭାବେ ସାମିଲ ଥିବା ଫୁଲବାଣୀର ଠିକାଦାରଙ୍କୁ ମୃତ୍ୟୁ ଦଣ୍ଡ ଦିଆଯିବ ବୋଲି କୁହାଯାଇଛି । ଦାରିଙ୍ଗବାଡ଼ିର ଅଷ୍ଟମ ଛାତ୍ରୀ ମା’ ହେବା ଘଟଣା ଓ ପିପିଲି ଗଣଦୁଷ୍କର୍ମ ଅଘଟଣାରେ ନ୍ୟାୟ ଦାବି କରାଯାଇଛି । ସେହିପରି ଆସନ୍ତାକାଲି ସାଧାରଣତନ୍ତ୍ର ଦିବସକୁ କଳା ଦିବସ ଭାବେ ପାଳିବାକୁ ଆହ୍ଵାନ ଦେଇଛି ମାଓ ସଂଗଠନ ।

Share

Leave a Reply

Your email address will not be published. Required fields are marked *

13 + eight =