ଜମ୍ମୁ ଏୟାରପୋର୍ଟରେ ଡ୍ରୋନ ବିସ୍ଫୋରଣ

ଜମ୍ମୁ-କାଶ୍ମୀର: ଜାମ୍ମୁର ଏୟାରଫୋର୍ସ ଷ୍ଟେସନରେ ଗତକାଲି ବିଳମ୍ବିତ ରାତିରେ ହୋଇଥିବା ବିସ୍ଫୋରଣ ଜାମ୍ମୁ କାଶ୍ମୀରରୁ ନେଇ ଦିଲ୍ଲୀ ଯାଏଁ ସୁରକ୍ଷା ବାହିନିର ନିଦ ହଜେଇ ଦେଇଛି। ଏହା ଆତଙ୍କୀ ଆକ୍ରମଣ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ଏହା ଏକ ଆତଙ୍କୀ ଆକ୍ରମଣ ଥିଲା କି ଅନ୍ୟ କୌଣସି କାରଣରୁ ବିସ୍ଫୋରଣ ହୋଇଛି ସେନେଇ ରାଷ୍ଟ୍ରୀୟ ଯାଞ୍ଚ୍ ଏଜେନ୍ସି ଏନଆଇଏ ତଦନ୍ତ କରୁଛି। ଫରେନସିକ୍ ବିଭାଗ ଓ ଗୁଇନ୍ଦା ବିଭାଗ ମଧ୍ୟ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରୁଛନ୍ତି। ପି-୧୬ ଡ୍ରୋନ୍ ସାହାଯ୍ୟରେ ଆକାଶ ମାର୍ଗରୁ ଏହି ବିସ୍ଫୋରଣ କରାଯାଇଛି ବୋଲି ଅନୁମାନ କରାଯାଉଛି।
ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ଜାମ୍ମୁର ଯେଉଁ ଏୟାରଫୋର୍ସ ଷ୍ଟେସନରେ ବିସ୍ଫୋରଣ ହୋଇଛି ସେଠାରୁ ପାକିସ୍ତାନ ମାତ୍ର ୧୪ କି.ମି ଦୂର। ରାତିରେ ଅନ୍ଧାର ଯୋଗୁଁ ବିସ୍ଫୋରଣ ଠିକଣାସ୍ଥଳରେ ନହୋଇ ଅନ୍ୟ ସ୍ଥାନରେ ହୋଇଛି। ତେବେ ବିମାନ ବନ୍ଦରର ଟେକନିକାଲ ଏରିଆରେ ଥିବା ବାୟୁସେନାର ହେଲିକପ୍ଟର ଉପରେ ବିସ୍ଫୋରଣ କରିବା ଆତଙ୍କବାଦୀଙ୍କ ଟାର୍ଗେଟ୍ ଥିଲା ବୋଲି ଯାଞ୍ଚ୍ ଏଜେନ୍ସି ଅନୁମାନ କରୁଛି। ଏହି ଆକ୍ରମଣ ପରେ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Share

Leave a Reply

Your email address will not be published. Required fields are marked *

five × one =