ଆହ୍ଲାବାଦ ବଦଳି ‘ପ୍ରୟାଗରାଜ’ ହେଲା

ବଦଳିଲା ଉତ୍ତରପ୍ରଦେଶର ସହରର ଆହ୍ଲାବାଦର ନାମ । ଏହାକୁ ପରିବର୍ତ୍ତନ କରାଯାଇ ପ୍ରୟାଗରାଜ ରଖାଯାଇଛି । ଏ ନେଇ ମଙ୍ଗଳବାର ଉତ୍ତରପ୍ରଦେଶ କ୍ୟାବିନେଟରେ ପ୍ରସ୍ତାବ ପାରିତ ହୋଇଛି । ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏନେଇ ବିଧିବଦ୍ଧଭାବେ ଘୋଷଣା କରିଛନ୍ତି। ସୂଚନା ମୁତାବକ ଗତ କିଛି ଦିନତଳେ ଯୋଗୀ ଆଦିତ୍ୟନାଥ କହିଥିଲେ କି ପବିତ୍ର ଗଙ୍ଗା ଓ ଯମୁନା ନଦୀର ସଂଗମସ୍ଥଳ ହୋଇଥିବାରୁ ଏହା ସବୁ ପ୍ରୟାଗର ରାଜ ହୋଇଥିବା ହେତୁ ଆହ୍ଲାବାଦ୍ର ନାମ ପ୍ରୟାଗରାଜ ଦିଆଯିବ। ଏହାର କିଛି ଦିନ ପୂର୍ବରୁ ବରିଷ୍ଠ ବିଜେପି ନେତା ସିଦ୍ଧାର୍ଥ ସିଂ ପ୍ରଥମେ ଆହ୍ଲାବାଦର ନାମ ପରିବର୍ତ୍ତନ କରି ପ୍ରୟାଗରାଜ ରଖାଯାଉ ବୋଲି ପ୍ରସ୍ତାବ ଆଣିଥିଲେ । ଆଜି ଉତ୍ତରପ୍ରଦେଶରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ ଉପରେ ମୋହର ଲାଗିଛି। ଐତିହାସିକଙ୍କ ମତ ଅନୁସାରେ ୧୫୪୭ରେ ପ୍ରୟାଗରାଜ୍ ନାମକୁ ପରିବର୍ତ୍ତନ କରି ନୂଆ ସହର ପ୍ରତିଷ୍ଠା କରାଯାଇଥିଲା । ଯାହାର ନାମ ରଖାଯାଇଥିଲା ଆହ୍ଲାବାଦ। ପୁରାଣର ରାମଚରିତ ମାନସରେ ଆହ୍ଲାବାଦକୁ ପ୍ରୟାଗରାଜ ହିଁ କୁହାଯାଏ। ୩ଟି ନଦୀର ସଙ୍ଗମସ୍ଥଳରୁ ଜଳ ନେଇ ରାଜାମାନଙ୍କର ଅଭିଷେକ ହେଉଥିଲା। ଏହାର ଉଲ୍ଲେଖ ରାମାୟଣ ମଧ୍ୟ ରହିଛି। ବନକୁ ଯିବା ସମୟରେ ପ୍ରଭୁ ଶ୍ରୀରାମ ପ୍ରୟାଗରାଜ୍ ତଥା ବର୍ତ୍ତମାନର ଆହ୍ଲାବାଦର ଋଷି ଭରଦୱାଜଙ୍କ ଆଶ୍ରମକୁ ହିଁ ଯାଇଥିବା ପୁରାଣରେ ଉଲ୍ଲେଖ ରହିଛି
ତେବେ ଗତକାଲି ଯୋଗୀଙ୍କର ଏହି ନିଷ୍ପତ୍ତି ସଂପର୍କରେ ଜାଣିବା ପରେ ଜଷ୍ଟିସ ମାର୍କଣ୍ଡେୟ କାଟଜୁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଉତ୍ତର ପ୍ରଦେଶର ଅନ୍ୟ କେତେକ ସହରର ନାମ ବଦଳା ଯାଇପାରିବ ବୋଲି ଏକ ପ୍ରସ୍ତାବ ଦେଇଛନ୍ତି । ସେହି ପପରିପ୍ରେକ୍ଷୀରେ କାଟଜୁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଆହୁରି ୧୮ଟି ସହରର ନାମ ବଦଳାଇବା ପାଇଁ ପରାମର୍ଶ ଦେଇଛନ୍ତି। ଯୋଗୀଙ୍କର ଏହି ନିଷ୍ପତ୍ତିକୁ ସ୍ୱାଗତ ଜଣାଇ କାଟଜୁ କହିଛନ୍ତି, ‘ଆହ୍ଲାବାଦର ନାମ ବଦଳାଇ ପ୍ରୟାଗରାଜ କରିବା ପାଇଁ ନିଷ୍ପତ୍ତିକୁ ଶୁଭେଚ୍ଛା ଜଣାଇଛନ୍ତି ।

Share

Leave a Reply

Your email address will not be published. Required fields are marked *

7 − five =