ବିଶାଖପାଟଣାରେ ବିଷାକ୍ତ ଗ୍ୟାସ ଲିକ, ୧୦ ମୃତ, ୫୦୦୦ରୁ ଅଧିକ ଗୁରୁତର

ବିଶାଖପାଟଣା() ଆଜି ଆନ୍ଧ୍ରପ୍ରଦେଶ ବିଶାଖପାଟଣାରେ ଏକ ଅଭାବନୀୟ ଘଟଣା ଘଟିଛି । ସେଠାରେ ବିଷାକ୍ତ ଗ୍ୟାସ ଲିକ ହୋଇଥିବା ସୂଚନା ରହିଛି । ଏହି ଗ୍ୟାସ ଲିକ୍ ଘଟଣାରେ ସକାଳେ ମୃତ୍ୟୁ ସଂଖ୍ୟା ୫ ଥିବା ବେଳେ ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି । ଏହାସହ ୫୦୦୦ରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି । ଗ୍ୟାସ ଲିକ୍ ଫଳରେ ଆଖି ପୋଡ଼ିବା ସହ ନିଶ୍ୱାସ ନେବାରେ ଅସୁବିଧା ହୋଇଛି । ସେଠାରେ ଏକ ଫାର୍ମା କମ୍ପାନୀରୁ ବିଷାକ୍ତ ଗ୍ୟାସ ଲିକ୍ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ । ଏହାସହ ସେଠାରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇ ସ୍ଥାନୀୟ ଅଞ୍ଚଳକୁ ଖାଲି କରାଯାଇଛି ।

Share

Leave a Reply

Your email address will not be published. Required fields are marked *

19 − twelve =