ଦିନେ କିମ୍ବା ଦୁଇଦିନ ମଧ୍ୟରେ ଭୁବନେଶ୍ୱରରେ ୧୦୦ ଛୁଇଁବ ପେଟ୍ରୋଲ ଦର

ଭୁବନେଶ୍ୱର: ଦେଶରେ କ୍ରମାଗତ ତେଲଦର ବୃଦ୍ଧି ଯୋଗୁଁ ଜନ ଅସନ୍ତୋଷ ବଢିଚାଲିଥିବା ସତ୍ତ୍ବେ ଦରବୃଦ୍ଧିରେ ବିରାମ ଲାଗୁନାହିଁ । ରବିବାର ଦେଶରେ ପେଟ୍ରୋଲ ଲିଟର ପିଛା ୩୫ ପଇସା ଓ ଡିଜେଲ ଲିଟର ପିଛା ୨୬ ପଇସା ବୃଦ୍ଧି ପାଇଛି । ଆଜିର ବୃଦ୍ଧି ପରେ ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା ୯୯ ଟଙ୍କା ଟପିଯାଇଛି । ଏହି ହାରରେ ବୃଦ୍ଧି ଜାରି ରହିଲେ ଆସନ୍ତା ୨ ରୁ ୩ ଦିନ ମଧ୍ୟରେ ଭୁବନେଶ୍ବରରେ ପେଟ୍ରୋଲ ୧୦୦ ଟପିଯିବ ।

ଭୁବନେଶ୍ବରରେ ଆଜି ପେଟ୍ରୋଲ ଲିଟର ପିଛା ରେକର୍ଡ ସ୍ତର ଟ.୯୯.୨୪ ରେ ପହଞ୍ଚିଯାଇଛି । ସେହିପରି ଡିଜେଲ ଦର ୯୬.୮୮ ରେ ପହଞ୍ଚିଛି । ତେବେ ଭାଟ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ପରିଲକ୍ଷିତ ହେଉଛି । ସମ୍ବଲପୁରରେ ପେଟ୍ରୋଲ ଟ.୯୯.୮୪ ଓ ଡିଜେଲ ଟ.୯୭.୪୮ରେ ବିକ୍ରି ହେଉଛି । ମାଲକାନଗିରିରେ ପେଟ୍ରୋଲ ଟ.୧୦୪.୩୧ ଓ ଡିଜେଲ ୧୦୧.୭୯ରେ ବିକ୍ରି ହେଉଛି । ସେହିପରି ବାଲେଶ୍ବରରେ ପେଟ୍ରୋଲ ଟ. ୯୯.୨୪ ଓ ଡିଜେଲ ଟ.୯୬.୮୯ରେ ବିକ୍ରି ହେଉଛି । କୋରାପୁଟରେ ପେଟ୍ରୋଲ ଟ.୧୦୩.୫୫ ଓ ଡିଜେଲ ୧୦୧.୦୬ରେ ବିକ୍ରି ହେଉଛି ।

Share

Leave a Reply

Your email address will not be published. Required fields are marked *

16 + nineteen =