ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ରାମଦେବଙ୍କ ପ୍ରତିକି୍ରୟା

ନୂଆଦିଲ୍ଲୀ () ଅଯୋଧ୍ୟା ପ୍ରସଙ୍ଗରେ ରାୟ ଆସିବା ପରେ ପ୍ରତିକି୍ରୟା ରଖିଛନ୍ତି ଯୋଗ ଗୁରୁ ବାବା ରାମଦେବ । ସେ କହିଛନ୍ତି ଆଜି ସତ୍ୟମେବ ଜୟତେ ଅର୍ଥ ଚରିତାର୍ଥ ହୋଇଛି । ପୂର୍ବଜଙ୍କୁ ସମ୍ମାନ ଦେବାକୁ ରାମ ମନ୍ଦିର ନିର୍ମାଣ ହେବା ଜରୁରୀ ବୋଲି କହିଛନ୍ତି ବାବା ରାମଦେବ । ଦେଶ ଆସ୍ଥା ନୁହେଁ, ସମ୍ବିଧାନ ଯୋଗୁଁ ଚାଲେ, ଯାହା ଆଜି ପ୍ରମାଣିତ ହୋଇଛି । ବଡ ହୃଦୟ ସହ ହିନ୍ଦୁ ଭାଇମାନେ ମସଜିଦ୍ ନିର୍ମାଣ ପାଇଁ ସହଯୋଗ କରିବା ଆବଶ୍ୟକ । ସେହିପରି ଭାଇଚାରାକୁ ଆଗକୁ ନେଇ ମୁସଲିମ୍ ଭାଇମାନେ ମଧ୍ୟ ମନ୍ଦିର ନିର୍ମାଣରେ ସହଯୋଗ କରିବା ଆବଶ୍ୟକ ।

ଦଶନ୍ଧି ଦଶନ୍ଧି ଧରି ଚାଲିଥିବା ବିବାଦର ଅବସାନ କରି ଆଜି ସୁପ୍ରିମକୋର୍ଟ ଐତିହାସିକ ରାୟ ଶୁଣାଇଛନ୍ତି । ଭାରତର ନ୍ୟାୟିକ ଇତିହାସରେ ସବୁଠୁ ଦୀର୍ଘ ସମୟ ଧରି ଚାଲିଥିବା ମାମଲାର ସମାଧାନ ପାଇଁ ନିର୍ଣ୍ଣାୟକ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ ।

Share

Leave a Reply

Your email address will not be published. Required fields are marked *

18 − 6 =