କୋର୍ଟଙ୍କ ରାୟ ଓ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ସ୍ୱାଗତଯୋଗ୍ୟ

ପୁରୀ() ରଥଯାତ୍ରା ବନ୍ଦ ପ୍ରସଙ୍ଗରେ ଶଙ୍କରାଚାର୍ଯ୍ୟଙ୍କ ପ୍ରତିକ୍ରିୟା । ଏଭଳି ବିଷମ ପରିସ୍ଥିତିରେ କୋର୍ଟଙ୍କ ରାୟ ଓ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ସ୍ୱାଗତଯୋଗ୍ୟ । ବିକଳ୍ପ ବ୍ୟବସ୍ଥା ନେଇ ପରିଚାଳନା କମିଟି ଓ ସେବାୟତଙ୍କ ଆଲୋଚନା ପରେ ଚୂଡ଼ାନ୍ତ ପଦକ୍ଷେପ ନିଆଯିବ । ଆଲୋଚନା ବେଳେ ଆଇନ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କ ଉପସ୍ଥିତ କାମନା କରିଛନ୍ତି ଜଗତଗୁରୁ । ତେବେ ନିର୍ମାଣଧୀନ ରଥକୁ କଣ କରାଯିବ ସେନେଇ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ।

ତେବେ ଗତକାଲି ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ମଧ୍ଯ ପ୍ରତିକ୍ରିୟା ରଖିଥିଲେ । ସେ କହିଥିଲେ, ସବୁ କଥା ମଣିଷ ହାତରେ ନଥାଏ । ଅସାଧାରଣ ପରିସ୍ଥିତିରେ ମହାପ୍ରଭୁଙ୍କ ଯାତ୍ରା ବିଧାନରେ ପରିବର୍ତ୍ତନ ସମଗ୍ର ବିଶ୍ୱରେ ଭକ୍ତମାନଙ୍କୁ ଦୁଃଖ ଦେବ ଏଥିରେ ସନ୍ଦେହ ନାହିଁ । ସୁପ୍ରିମକୋର୍ଟଙ୍କ ରାୟକୁ ସମସ୍ତେ ମାନିବାକୁ ବାଧ୍ୟ । ରାୟକୁ ନେଇ ଖୁବଶୀଘ୍ର ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ବସିବ । ଯେହେତୁ ବାହାରେ ରଥଯାତ୍ରା ହୋଇ ପାରିବ ନାହିଁ ଶ୍ରୀମନ୍ଦିର ପରିଚାଳନା କମିଟିରେ ଆଲୋଚନା ପରେ ମହାପ୍ରଭୁଙ୍କ ନୀତିକାନ୍ତି ନେଇ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ମତାମତ ଲୋଡ଼ଯିବ ବୋଲି କହିଥିଲେ ଗଜପତି ମହାରାଜା । ବିଧି ପରଂପରା ଓ ଶାସ୍ତ୍ର ଅନୁସାରେ କଣ ହେବ ସେନେଇ ମ୍ୟାନେଜିଂ କମିଟି ବୈଠକରେ ଆଲୋଚନା କରାଯିବ । ଏହାପରେ ସବୁକିଛି ସ୍ପଷ୍ଟ ହେବ ବୋଲି କହିଥିଲେ ଗଜପତି ମହାରାଜ ।

Share

Leave a Reply

Your email address will not be published. Required fields are marked *

ten + 16 =