ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦଙ୍କ ସହ ମହିଳା ଜଣଙ୍କ କିଏ ? ଜାଣନ୍ତୁ

ଗତକାଲି ଭାରତୀୟ ବାୟୁସେନାର ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ ଯେତେବେଳେ ପାକିସ୍ତାନ ଭାରତକୁ ପ୍ରତ୍ୟର୍ପଣ କଲା ସେତେବେଳେ ଓ୍ଵାଘା ସୀମାରେ ଜଣେ ମହିଳା ତାଙ୍କ ସହିତ ଥିଲେ । ଏଇ ମହିଳାଙ୍କୁ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା । ମହିଳା ଜଣକ ଅଭିନନ୍ଦନଙ୍କ ପତ୍ନୀ ନୁହନ୍ତି ତ ? ଏଇ ପ୍ରଶ୍ନ ଥିଲା ଅଧିକାଂଶ ଭାରତୀୟଙ୍କ ମନରେ । ତେବେ ଆମେ ଏଠି ସ୍ପଷ୍ଟ କରି ଦେଉଛୁ ଯେ ମହିଳା ଜଣକ ହେଉଛନ୍ତି ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟର ଜଣେ ବରିଷ୍ଠ ନିର୍ଦ୍ଦେଶକ । ସେ ଭାରତ ସମ୍ବନ୍ଧୀୟ ବ୍ୟାପାର ବୁଝାବୁଝି କରନ୍ତି । ତାଙ୍କ ନାଁ ଡ. ଫରିହା ବୁଗତି । ସେ ଜଣେ ଏଫ୍ଏସ୍ପି । ଯାହା ଭାରତର ଆଇଏଫ୍ଏସ୍ ସହିତ ସମାନ । ଗତକାଲି ରାତି ୯.୨୦ ମିନିଟ୍ରେ ଫରିହା ଅଭିନନ୍ଦନଙ୍କ ସହ ଓ୍ଵାଘା ସୀମାର ‘ଜିରୋ’ ଲାଇନ୍କୁ ଚାଲି ଚାଲି ଆସି ତାଙ୍କୁ ଭାରତୀୟ ଅଧିକାରୀଙ୍କୁ ହସ୍ତାନ୍ତର କରିଥିଲେ ।

ଆହୁରି ମଧ୍ୟ ପାକିସ୍ତାନରେ ବନ୍ଦୀ ଥିବା କୁଲଭୂଷଣ ଯାଦବଙ୍କ ମାମଲା ମଧ୍ୟ ଫରିହା ବୁଝାସୁଝା କରୁଛନ୍ତି । ଜଣେ ଭାରତୀୟ ଗୋଇନ୍ଦା ସନ୍ଦେହରେ ଯାଦବଙ୍କୁ ପାକିସ୍ତାନ ଗିରଫ କରିଛି ।

ଅନ୍ୟପକ୍ଷରେ ଅଭିନନ୍ଦନଙ୍କ ପତ୍ନୀ ମଧ୍ୟ ବାୟୁସେନାରେ ଜଣେ ସ୍କ୍ଵାର୍ଡନ୍ ଲିଡର ଭାବେ କାର୍ୟ୍ୟ କରିବା ପରେ ଅବସର ନେଇଛନ୍ତି । ତାଙ୍କ ନାଁ ତନଭି ମାରଓ୍ଵା । ସେମାନଙ୍କର ଦୁଇଟି ସନ୍ତାନ ଅଛନ୍ତି । ଅଭିନନ୍ଦନଙ୍କ ଘର ତାମିଲନାଡୁର ତିରୁପାନାମୁର ଗାଁରେ । ତାଙ୍କ ଜେଜେବାପା ଓ ବାପା ସୀମାକୁଟ୍ଟି ବର୍ତ୍ତମାନ ମଧ୍ୟ ବାୟୁସେନାରେ ଏୟାର ମାର୍ଶାଲ ଭାବେ କାର୍ୟ୍ୟ କରୁଥିଲେ । କାରଗିଲ ଯୁଦ୍ଧରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତାଙ୍କରି ପଥ ଅନୁସରଣ କରି ଅଭିନନ୍ଦନ ଏହି କ୍ଷେତ୍ରକୁ ଆସିଥିଲେ । ଅଭିନନ୍ଦନଙ୍କ ଭାଇ ମଧ୍ୟ ବାୟୁସେନାରେ ଅଛନ୍ତି ।
ଗତକାଲି ଅଭିନନ୍ଦନଙ୍କ ମା’, ବାପା ତାଙ୍କୁ ସ୍ୱାଗତ ଜଣାଇବା ଲାଗି ଓ୍ଵାଘା ଆସିଥିଲେ ।

Share

Leave a Reply

Your email address will not be published. Required fields are marked *

14 − two =