ଉପାନ୍ତ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ମିଳିବ ଗସ୍ତ ଖର୍ଚ୍ଚ

ଭୁବନେଶ୍ବର () ଦୂରଦୂରାନ୍ତରେ ରହୁଥିବା ଛାତ୍ରଛାତ୍ରୀ, ବିଶେଷ କରି ବଣଜଙ୍ଗଲ ଓ ଉପାନ୍ତ ଅଂଚଳରେ ରହୁଥିବା ପିଲାମାନଙ୍କୁ ଏଣିକି ରାଜ୍ୟ ସରକାର ପରିବହନ ଖର୍ଚ୍ଚ କିମ୍ବା ରକ୍ଷାଚର ଭତ୍ତା ପ୍ରଦାନ କରିବେ । ସମସ୍ତଙ୍କୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ 2009ରେ ରହିଥିବା ପ୍ରାବଧାନ ଅନୁଯାୟୀ ରାଜ୍ୟ ସରକାର ଏହି ସହୟତା ପ୍ରଦାନ କରିବେ । ଏଥିପାଇଁ ନିକଟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଯେଉଁ ଅଞ୍ଚଳରେ ଛାତ୍ରଛାତ୍ରୀମାନେ ପ୍ରାଥମିକ ବିଦ୍ୟାଳୟକୁ ଯିବାକୁ ଏକ କିଲୋମିଟର କିମ୍ବା ଉଚ୍ଚପ୍ରାଥମିକ ବିଦ୍ୟାଳୟକୁ ଯିବାକ 3 କିଲୋମିଟର ପର୍ଯ୍ୟନ୍ତା ଚାଲିଚାଲି ଯିବାକୁ ପଡିଛି, ସେହିସବୁ ଛାତ୍ରଛାତ୍ରୀଙ୍କୁ ଏହି ସୁବିଧା ମିଳିପାରିବ । ସେହିପରି ଛାତ୍ରଛାତ୍ରୀ ରହୁଥିବା ଜନବସତିରେ ଲୋକସଂଖ୍ୟା କମ ଦୃଷ୍ଟିରୁ ନୂଆ ସ୍କୁଲ ପ୍ରତିଷ୍ଠା କରିବା ସମ୍ଭବ ହେଉନଥିବା ସ୍ଥଳେ ଏବଂ ସେହି ଜନବସତିଠାରୁ ପ୍ରାଥମିକ ବିଦ୍ୟାଳୟ ଏକ କିଲୋମିଟର ଏବଂ ଉଚ୍ଚ ପ୍ରଥମିକ ବିଦ୍ୟାଳୟ 3 କିଲୋମିଟର ଦୂରରେ ଥିବା ସେହିସବୁ ଜନବସତିର ଛାତ୍ରଛାତ୍ରୀମାନେ ମଧ୍ୟ ଏହି ସୁବିଧା ପାଇପାରିବେ ।

ଛାତ୍ରଛାତ୍ରୀମାନେ ଯଦି ଘନ ଜଙ୍ଗଲ ଭିତରେ ରହୁଥିବେ ଏବଂ ସେମାନଙ୍କ ସ୍କୁଲ ଯିବା ରାସ୍ତାରେ ଯଦି ବନ୍ୟଯନ୍ତୁ ଆକ୍ରମଣର ଭୟ ରହିଛି ତେବେ ସେହିସବୁ ଛାତ୍ରଛାତ୍ରୀମାନେ ଏହି ସୁବିଧା ପାଇବେ । ଏପରିକି ବର୍ଷା ଦିନେ ନଦୀବଢି କିମ୍ବା ଟ୍ରେଞ୍ଚର ଭୟ ରହୁଥିବା ଛାତ୍ରଛାତ୍ରୀ ବି ଏହି ସୁବିଧା ପାଇବେ । ତେବେ ପରିବହନ କିମ୍ବା ରକ୍ଷାଚର ପାଇଁ ରାଜ୍ୟ ସରକାର କ୍ୟାସରେ କୌଣସି ସହାୟତା ପ୍ରଦାନ କରିବେ ନାହିଁ । ହିତାଧିକାରୀଙ୍କୁ ଡିବିଟି ଜରିଆରେ ଅର୍ଥାତ ବ୍ୟାଙ୍କାଉଣ୍ଟରେ ଏବାବଦ ଅର୍ଥ ପ୍ରଦାନ କରାଯିବ । ଛାତ୍ରଛାତ୍ରୀଙ୍କ ଉପସ୍ଥାନ ହାର, ସ୍କୁଲର କାର୍ଯ୍ୟ ଦିବସକୁ ହିସାବ କରି ଏହି ଅର୍ଥ ପ୍ରଦାନ କରାଯିବ । ତେବେ ଏହି ଭତ୍ତା ବାର୍ଷିକ ସର୍ବାଧିକ 6ଟଙ୍କା ମଧ୍ୟରେ ସୀମିତ ରହିବ ।

ସ୍କୁଲରେ ଛାତ୍ରଛାତ୍ରୀଙ୍କ ସର୍ବନିମ୍ନ ଉପସ୍ଥାନ ହାର 75 ପ୍ରତିଶତ କିମ୍ବା ଅଧିକ ରହିଥିବ ତେବେ ଗସ୍ତଖର୍ଚ୍ଚ କିମ୍ବା ରକ୍ଷାଚର ଖର୍ଚ୍ଚ ବାବଦରେ ମାସିକ 600 ଟଙ୍କା ପ୍ରଦାନ କରାଯିବ । ଛାତ୍ରଛାତ୍ରୀଙ୍କ ଉପସ୍ଥାନ ହାର ଯଦି 50ରୁ 74 ପ୍ରତିଶତ ମଧ୍ୟରେ ରହିବ ତେବେ ଗସ୍ତଖର୍ଚ୍ଚ କିମ୍ବା ରକ୍ଷାଚର ଖର୍ଚ୍ଚ ମାସିକ 400 ଟଙ୍କା ପ୍ରଦାନ କରାଯିବ । 30ରୁ 50 ପ୍ରତିଶତ ମଧ୍ୟରେ ଉପସ୍ଥାନ ରହିଥିଲେ ମାସିକ 300 ଟଙ୍କା ଗସ୍ତଖର୍ଚ୍ଚ ପ୍ରଦାନ କରାଯିବ । ଛାତ୍ରଛାତ୍ରୀଙ୍କ ଉପସ୍ଥାନ ହାର 30 ପ୍ରତିଶତରୁ କମ ରହିଲେ କୌଣସି ଗସ୍ତଖର୍ଚ୍ଚ ପ୍ରଦାନ କରାଯିବନି ।

Share

Leave a Reply

Your email address will not be published. Required fields are marked *

twelve − 11 =