ବିରାଟଙ୍କ ଏକାଧିକ ରେକର୍ଡ

କୋଲକାତା : କ୍ରିକେଟରେ ବ୍ୟାଟିଂର ରେକର୍ଡ ପର୍ଯ୍ୟାପ୍ତ କରିବାକୁ ଯାଉଥିବା ଭାରତୀୟ ଅଧିନାୟକ ବିରାଟ କୋହଲି ବାଂଲାଦେଶ ବିପକ୍ଷରେ ଶନିବାର ଦ୍ୱିତୀୟ ପାଳିରେ ଶତକ ହାସଲ କରି ଅଧିନାୟକ ଭାବେ ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟକୁ ମିଶାଇ ୪୧ ଶତକ ହାସଲ କରିଥିବା ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂଙ୍କ ସମକକ୍ଷ ହୋଇଛନ୍ତି । ବିରାଟ କୋହଲିଙ୍କ କ୍ୟାରିୟରର ଏହା ହେଉଛି ୭୦ତମ ଓ ଟେଷ୍ଟରେ ୨୭ତମ ଶତକ ।

କୋଲକାତାର ଇଡେନ ଗାଡେନ ଟେଷ୍ଟରେ ଭାରତୀୟ ଅଧିନାୟକ ଭାବେ ଟେଷ୍ଟରେ କୋହଲି ୨୦ତମ ଶତକ ହାସଲ କରିଛନ୍ତି । ସେ ଏହି କ୍ଷେତ୍ରରେ ପଣ୍ଟିଂ (୧୯ଶତକ)କୁ ପଛରେ ପକାଇଛନ୍ତି । ଦକ୍ଷିଣ ଆଫ୍ରିକାର ଗ୍ରେମ ସ୍ମିଥ (୨୫ଶତକ)ଙ୍କ ପରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ।

 

Share

Leave a Reply

Your email address will not be published. Required fields are marked *

three × four =