ଆଜି ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ୱର: ଆଜି ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ ବସିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକରେ ଅଧ୍ୟକ୍ଷତା କରିବେ । ଅପରାହ୍ନ ସାଢେ ୫ଟାରେ ପ୍ରଥମେ ବସିବ ମନ୍ତ୍ରୀ ପରିଷଦ ବୈଠକ । ଏହାପରେ ୫ଟା୪୫ରେ କ୍ୟାବିନେଟ ବୈଠକ ବସିବ । ନବୀନ ନିବାସରୁ ଭର୍ଚୁଆଲ ମୋଡରେ ମୁଖ୍ୟମନ୍ତ୍ରୀ ବୈଠକରେ ଅଧ୍ୟକ୍ଷତା କରିବେ । ଡିସେମ୍ବର ପହିଲାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେଉଥିବା ଦୃଷ୍ଟିରୁ ଦୁଇଟିଯାକ ବୈଠକର ଗୁରୁତ୍ୱ ବଢିଛି । କ୍ୟାବିନେଟ ବୈଠକର ୧୦ଟିରୁ ଅଧିକ ପ୍ରସ୍ତାବରେ ମୋହର ବାଜିବା ସମ୍ଭାବନା ରହିଛି ।

Share

Leave a Reply

Your email address will not be published. Required fields are marked *

3 × five =