ମାନବସେବା ସବୁଠୁ ବଡ଼ ସେବା

ନୂଆଦିଲ୍ଲୀ() ବୁଦ୍ଧ ପୂର୍ଣ୍ଣିମା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ସେ କହିଛନ୍ତି କୋଭିଡ଼-୧୯ ଯୋଦ୍ଧା ଓ ପୀଡ଼ିତଙ୍କ ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ କରାଯାଇଛି । ଏହାସହ ବୁଦ୍ଧ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ ଭଗବାନ ବୁଦ୍ଧ ନିଜେ ଜଳି ଅନ୍ୟଙ୍କୁ ଆଲୋକିତ କରିିଥିଲେ । ବୁଦ୍ଧ କେବଳ ନାଁ ନୁହେଁ ଏକ ବିଚାରଧାରା । ଏହାସହ ମାନବସେବା ସବୁଠୁ ବଡ଼ ସେବା ବୋଲି ମୋଦି କହିଛନ୍ତି । ଏଭଳି ସଙ୍କଟ ବେଳେ ପୂରା ବିଶ୍ୱ ଭାରତକୁ ଅନୁସରଣ କରୁଛି । ଏହିଭଳି ସମୟରେ କିଛି ଲୋକ ୨୪ଘଣ୍ଟା କାର୍ଯ୍ୟ କରୁଛନ୍ତି । ସମସ୍ତେ ଏଭଳି ସମୟରେ ସହଯୋଗର ହାତ ବଢ଼ାନ୍ତୁ । ତେଣୁ ସମୟ ସହ ଆମକୁ ବଦଳିବାକୁ ପଡ଼ିବ ବୋଲି ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

four × 5 =