ପ୍ରଥମ ଟେଷ୍ଟରେ ଭାରତର ବିଜୟ ହାସଲ

ବିଦର୍ଭ : ତିନି ଦିନ ବି ପୂରିଲା ନାହିଁ । ଏଥିରେ ଭାରତୀୟ ବୋଲର୍‌ ବାଂଲାଦେଶ ବ୍ୟାଟ୍‌ସମ୍ୟାନଙ୍କୁ ଧରାଶାୟୀ କରି ଦେଲେ । ଆଉ ଏଠାରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟରେ ଭାରତ ଗୋଟିଏ ଇନିଂସ୍‌ ଓ ୧୩୦ ରନ୍‌ର ବିପୁଳ ବିଜୟ ହାସଲ କଲା । ମ୍ୟାଚ୍‌ ଜିତି ଦୁଇ ଟିକିଆ ଟେଷ୍ଟ ସିରିଜ୍‌ରେ ଘରୋଇ ଦଳ ୧-୦ରେ ଆଗୁଆ ରହିଛି । ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶକୁ ମାତ୍ର ୧୫୦ ରନ୍‌ରେ ଅଲଆଉଟ୍‌ କରିବା ପରେ ଭାରତୀୟ ଦଳ ୬ ଓ୍ଵିକେଟ୍‌ରେ ୪୯୩ ରନ୍‌ କରି ପ୍ରଥମ ପାଳି ଘୋଷଣା କରିଥିଲା । ଓପ୍ନର ମୟଙ୍କ ଅଗ୍ରଓ୍ଵାଲ ଦ୍ୱିଶତକ କରିଥିଲେ । ତାଙ୍କ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ପ୍ରଦନେ କରାଯାଇଛି ।

ତେବେ ଦ୍ୱିତୀୟ ଇନିଂସ୍‌ରେ ବାଂଲାଦେଶ ଆଉ ଟିକେ ଭଲ ଖେଳିଥିଲେ ମଧ୍ୟ ଶକ୍ତିଶଳୀ ଭାରତକୁ ପୁଣିଥରେ ବ୍ୟାଟିଂ କରିବା ଭଳି ସ୍ଥିତି ସୃଷ୍ଟି କରି ପାରିନଥିଲା । ଦ୍ୱିତୀୟ ପାଳିରେ ବାଂଲା ଦଳ ୨୧୩ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଛି । ପେସ୍‌ ବୋଲର୍‌ ମହମ୍ମଦ ସାମି ୪ଟି ଏବଂ ସ୍ପିନର ଆର୍‌. ଅଶ୍ୱିନ୍‌ ୩ଟି ଓ୍ଵିକେଟ୍‌ ଦଖଲ କରିଛନ୍ତି । ଇଶାନ୍ତ ଶର୍ମା ଓ ଉମେଶ ଯାଦବ ୨ଟି ଲେଖାଏଁ ଓ୍ଵିକେଟ୍‌ ନେଇଛନ୍ତି । ବାଂଲାଦେଶ ପକ୍ଷରୁ ମୁସଫିକର ରହିମ ସର୍ବାଧିକ ୬୪, ଲିଟର ଦାସ ୩୫ ଏବଂ ମେହେଦି ହାସନ ମିର୍ଜା ୩୮ ରନ୍‌ କରିଥିଲେ ।

ଏହି ବିଜୟ ଫଳରେ ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍‌ରେ ଭାରତ ସର୍ବାଧିକ ୩୦୦ ପଏଣ୍ଟ ହାସଲ କରି ପ୍ରଥମ ସ୍ଥାନ ବଜାୟ ରଖିଛି । ଉଭୟ ଦଳ ମଧ୍ୟରେ ଦ୍ୱିତୀୟ ଟେଷ୍ଟ କୋଲକାତାର ଇଡେନ୍‌ ଗାର୍ଡନ୍ସରେ ୨୨ ତାରିଖରୁ ଖେଳ ହେବ । ଏହି ଟେଷ୍ଟ ଦିବାରାତ୍ରରେ ଏବଂ ଗୋଲାପି ବଲ୍‌ରେ ଖେଳାଯିବ ।

 

Share

Leave a Reply

Your email address will not be published. Required fields are marked *

eighteen − 16 =