ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ : ଭଲ ମଣିଷ ହୁଅ

ଭୁବନେଶ୍ୱର (): ପିଲାମାନଙ୍କ ପାଇଁ ଶିକ୍ଷାର ବିକଳ୍ପ ନାହିଁ । ନିଜେ ସବୁଦିନ ସ୍କୁଲ ଯାଅ ଏବଂ ଅନ୍ୟ ମାନଙ୍କୁ ମଧ୍ୟ ସ୍କୁଲକୁ ଆସିବାକୁ ଉତ୍ସାହିତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି ।

ନଭେମ୍ବର ୧୪ ତାରିଖ ଶିଶୁ ଦିବସ ଅବସରରେ ଆରମ୍ଭ ହୋଇଥିବା ସୁରଭି କାର୍ଯ୍ୟକ୍ରମର ଆଜି ଉଦଯାପିତ ହୋଇଛି । ଏଥିରେ ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପିଲାମାନଙ୍କୁ କହିଥିଲେ ଯେ, ନିଜର ଜ୍ଞାନକୁ କେବଳ ସ୍କୁଲ ବହି ଭିତରେ ସୀମିତ ରଖନାହିଁ । ଆଜିର ବିଜ୍ଞାନ ଯୁଗରେ ସବୁବେଳେ ଜ୍ଞାନକୁ ଅପଡେଟ୍ ରଖିବା ସହ କ୍ରୀଡ଼ା, ନୃତ୍ୟ, ସଂଗୀତ, କଳା ଓ ସମାଜସେବା ଯାହା ଭଲ ଲାଗୁଛି ସେଥିରେ ଉକ୍ରର୍ଷ ପ୍ରଦର୍ଶନ କରିବା ପାଇଁ ଚେଷ୍ଟିତ ହେବାକୁ ସେ ପରାମର୍ଶରେ କହିଥିଲେ ।

ଜୀବନର ସମସ୍ୟା ରହିବ । ସେଥିରେ ଭୟଭୀତ ନ ହୋଇ ତାକୁ ସାହସର ସହିତ ମୁକାବିଲା କର । ଯାହା ସବୁ ଆହ୍ୱାନ ଆସୁଛି ତାର ସମ୍ମୁଖୀନ ହୁଅ । ଆତ୍ମ ବିଶ୍ୱାସ ସହ ଆଗକୁ ବଢ । ସକରାତ୍ମକ ମନୋଭାବ ନେଇ କାମ କର । ଭଲ ମଣିଷ ହେବାକୁ ଚେଷ୍ଟା କରିବା ସହ ବାପା ମାଙ୍କର ସ୍ୱପ୍ନ ପୂରଣ କରିବା ପାଇଁ ଚେଷ୍ଟିତ ହୁଅ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ, ଗଣଶିକ୍ଷାମନ୍ତ୍ରୀ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପିଲାମାନଙ୍କୁ ଉଦବୋଧନ ଦେଇଥିଲେ । ବିଦ୍ୟାଳୟ ଗଣଶିକ୍ଷା ସଚିବ  ଚିତ୍ରା ଅରମୁଗମ୍ ସ୍ୱାଗତ ଭାଷଣ ଦେଇଥିଲେ ଓ ନିର୍ଦ୍ଦୋକ ବି.ଏସ୍. ପୁନିଆ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ପିଲାମାନଙ୍କ ଦ୍ୱାରା ଆୟୋଜିତ ହୋଇଥିବା ବିଭିନ୍ନ ଷ୍ଟଲ ବୁଲି ଦେଖିଥିଲେ ଓ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।

Share

Leave a Reply

Your email address will not be published. Required fields are marked *

thirteen − 8 =