ମାସ୍କ ବ୍ୟବହାର ନକଲେ ୫୦୦ ଫାଇନ

ଦିଲ୍ଲୀରେ ବଢିବାରେ ଲାଗିଛି କରୋନା ସଙ୍କ୍ରମଣ । ଦିଲ୍ଲୀରେ ପୁଣି କଟକଣା ଲଗାଇବାକୁ ଚାଲିଛି ଆଲୋଚନା । ଦିଲ୍ଲୀରେ ପୁଣି ମାସ୍କ ବ୍ୟବହାର ବାଧ୍ୟତାମୂଳକ । ମାସ୍କ ନପିନ୍ଧିଲେ କଟିବ ୫୦୦ ଫାଇନ୍ । ଦିଲ୍ଲୀ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥୋରିଟିର ବୈଠକ ଜାରି ରହିଛି । କରୋନା ସଙ୍କ୍ରମଣ ବୃଦ୍ଧି ରୋକିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ବୈଠକରେ କୁହାଯାଇଛି ଯେ, ଦିଲ୍ଲୀରେ ସ୍କୁଲ ଗୁଡିକୁ ବନ୍ଦ କରାଯିବନି । ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଏସଓପି ଜାରି କରାଯିବ ।
ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୨୬ ପ୍ରତିଶତ କରୋନା ସଙ୍କ୍ରମଣ ବଢିଛି । ସୋମବାର ୫୦୧ ପଜିଟିଭ୍ ଥିବାବେଳେ ମଙ୍ଗଳବାର ୬୩୨ ନୂଆ କେସ୍ ସାମ୍ନାକୁ ଆସିଛି ।

Share

Leave a Reply

Your email address will not be published. Required fields are marked *

six − five =