ବିଷ ଦେଲା ମା: ୨ ପୁଅ ମୃତ, ଝିଅ ଗୁରୁତର

ଭୁବନେଶ୍ୱର: ଚନ୍ଦକା ଥାନା ଅନ୍ତର୍ଗତ ମେଣ୍ଢାଶାଳ ନିକଟରେ ଅଭାବନୀୟ ଘଟଣା । ତିନି ଶିଶୁଙ୍କୁ ବିଷଦେଇ ନିଜେ ବିଷ ପିଇଲା ମା। କ୍ୟାପିଟାଲ ହସ୍ପିଟାଲରେ ସାଢ଼େ ଚାରି ବର୍ଷର ଓ ତିନି ବର୍ଷର ୨ ପୁଅଙ୍କ ମୃତ୍ୟୁ ହୋଇଥିବା ସମୟରେ ଦେଢ ବର୍ଷର ଶିଶୁ କନ୍ୟା ଓ ମାକୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତରିତ କରାଯାଇଛି । ବିଷ ପିଇବାର କାରଣ ଅସ୍ପଷ୍ଟ ରହିଥିବା ସମୟରେ, ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ସୂଚନା ଅନୁଯାୟୀ, ମୃତ ପୁଅ ଦୁଇ ଜଣଙ୍କ ନାମ ହଉଛି ବିଜୁ ଓ ରାଜୁ। ଜଣଙ୍କର ବୟସ ୪ ବର୍ଷ ଆଉ ଜଣଙ୍କର ବୟସ ୩ ବର୍ଷ । ଝିଅ ଲଟିର ବୟସ ମାତ୍ର ଦେଢ଼ ବର୍ଷ ବୋଲି ସୂଚନା ମିଳିଛି । ଗୁରୁତର ମା ଓ ଝିଅକୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରଣ କରାଯାଇଛି । ଆତ୍ମହତ୍ୟା କରିଥିବା ମହିଳାଙ୍କ ନାମ ଜାନକୀ ଗାଗରାଇ। ସ୍ୱାମୀର ମୃତ୍ୟୁ ପରେ ଦିଅରଙ୍କ ସହ ମହିଳା ଜଣକ ରହୁଥିଲେ। ଦିଅର କାମକୁ ଯାଇଥିଲା ବେଳେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଜାନକୀ।

Share

Leave a Reply

Your email address will not be published. Required fields are marked *

four × 5 =