ନନ୍ଦନକାନନରେ ଆଖି ବୁଜିଲା ମାଇ ସିଂହୀ ଶ୍ୟାମା

ନନ୍ଦନକାନନରେ ମାଇ ସିଂହୀ ଶ୍ୟାମାର ଆଜି ମୃତ୍ଯୁ ହୋଇଛି। ଏହାର ମୃତ୍ଯୁ ପରେ ଏମାନଙ୍କ ସଂଖ୍ୟା ୧୬କୁ ହ୍ରାସ ପାଇଛି। ଗତ ତିନି ବର୍ଷ ହେଲା ସିଂହୀ ଶ୍ୟାମା ଅସୁସ୍ଥ ଥିଲା । ତାର କାନ ପାଖରେ ଏକ ଟ୍ୟୁମର ହୋଇଥିଲା ତାକୁ ଅପରେସନ କରାଯାଇଥିଲା । ଏହା ପରେ ତାର ମଳଦ୍ବାର ନିକଟରେ ଏକ ଟ୍ୟୁମର ହୋଇ ଯନ୍ତ୍ରଣା ପାଉଥିଲା । ବିଭିନ୍ନ ପ୍ରକାର ରୋଗ ସମସ୍ୟା ନେଇ ଗତ ତିନି ବର୍ଷ ଧରି ଶ୍ୟାମାର ଚିକିତ୍ସା କରିଆସୁଥିଲେ ନନ୍ଦନକାନନ କର୍ତ୍ତୃପକ୍ଷ ।

ଗତ ଏକ ସପ୍ତାହ ହେଲା ସେ ଅତି ଗୁରୁତର ହୋଇ ପଡିଥିଲା । ପଶୁ ଚିକିତ୍ସକମାନେ ତାର ଲଗାତାର ଚିକିତ୍ସା ଜାରି ରଖିଥିଲେ । ଏତେ ଯତ୍ନ ବାଦ୍ ଆଜି ଏହାର ମୃତ୍ୟୁ ଘଟିଛି । ଗତ ୨୦୧୩ ମସିହାରେ ଗୁଜୁରାଟରେ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ଥିବା ବେଳେ, ସେତେବେଳେ – ସିଂହୀ ଶ୍ୟାମାକୁ ମିଶାଇ ଦୁଇଟିି ଏସିଆଟିକ ସିଂହ ନନ୍ଦନକାନନକୁ ଦାନ କରିଥିଲେ । ତେବେ ସିଂହୀଟି ଆସିବା ପରଠାରୁ ବାରମ୍ବାର ଅସୁସ୍ଥ ହେଉଥିଲା ।

Share

Leave a Reply

Your email address will not be published. Required fields are marked *

three + seven =