ତିତିଲି ପାଇଁ ମିଳିଲା କେନ୍ଦ୍ରୀୟ ସହାୟତା

ଭୁବନେଶ୍ବର () ବାରମ୍ବାର ଦାବି ପରେ ଶେଷରେ ମିଳିଲା ତିତଲି କ୍ଷୟକ୍ଷତି ପାଇଁ କେନ୍ଦ୍ରୀୟ ସହାୟତା । ଓଡିଶାକୁ ତିତଲି କ୍ଷୟକ୍ଷତିର ମୁକାବିଲା ପାଇଁ ୧ ହଜାର ୨୩ କୋଟି ୫୯ ଲକ୍ଷ ଟଙ୍କାର ଅତିରିକ୍ତ ସହାୟତା ମଂଜୁର କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ଏହି ଅର୍ଥ ଏନଡିଆରଏଫ ପାଣ୍ଠିରୁ ଦିଆଯିବ । ଏସମ୍ପର୍କରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଟୁଇଟ କରି ଜଣାଇଛି ।

ଗତ ଅକ୍ଟୋବର ମାସରେ ତିତଲି ବାତ୍ୟା ଓ ପରବର୍ତ୍ତି ଭୁସ୍ଖଳ ଏବଂ ବନ୍ୟା ପରିସ୍ଥିତିରେ ରାଜ୍ୟର 17ଟି ଜିଲ୍ଲା ପ୍ରଭାବିତ ହୋଇଥିଲା । କ୍ଷୟକ୍ଷତିର ଆକଳନ କରି ରାଜ୍ୟ ସରକାର କେନ୍ଦ୍ର 2772 କୋଟି ଟଙ୍କାର କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କରିଥିଲେ । ସେ ମଧ୍ୟରୁ ମୁଖ୍ୟମନ୍ତ୍ରୀ ହଜାରେ କୋଟି ଟଙ୍କାର ମଧ୍ୟବର୍ତ୍ତିକାଳିନ ସହାୟତା ପାଇଁ ଦାବି କରିଥିଲେ । ନିକଟରେ କେନ୍ଦ୍ର ସରକାର ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ କେରଳକୁ ତିତଲି କ୍ଷୟକ୍ଷତି ପାଇଁ ସହାୟତା ପ୍ରଦାନ କରିଥିଲେ ବି ଓଡିଶା ବାଦ ପଡିଥିଲା ।

ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହଙ୍କୁ ଚିଠି ଲେଖିବା ସହ ଗତ ଶନିବାର ଟେଲିଫୋନରେ ତାଙ୍କ ସହ କଥା ହୋଇଥିଲେ । କେନ୍ଦ୍ର ସରକାର ତ୍ରିପୁରା ପାଇଁ ୨୬୮ କୋଟି ଟଙ୍କା ମଂଜୁର କରିଥିବା ଜଣାପଡିଛି ।

Share

Leave a Reply

Your email address will not be published. Required fields are marked *

12 − 11 =