ହାଥରସ ମାମଲାର ତଦନ୍ତକୁ ତତ୍ତ୍ୱାବଧାନ କରିବ ସିବିଆଇ

ନୂଆଦିଲ୍ଲୀ()  ଉତ୍ତର ପ୍ରଦେଶର ବହୁ ଚର୍ଚ୍ଚିତ ହାଥରସ ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ଏକ ବଡ଼ ଖବର ସାମନାକୁ ଆସିଛି ।  ମାମଲାର ତତ୍ତ୍ୱାବଧାନ ସମ୍ପର୍କରେ କରାଯାଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି । ଏଥିସହ ଆହ୍ଲାବାଦ ହାଇକୋର୍ଟ ଏହି ମାମଲାର ହେଉଥିବା ସିବିଆଇ ତଦନ୍ତକୁ ତତ୍ତ୍ୱାବଧାନ କରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ସିବିଆଇ ତଦନ୍ତର ଅଗ୍ରଗତିକୁ ଆହ୍ଲାବାଦ ହାଇକୋର୍ଟ ତଦାରଖ କରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏଥିସହ ପୀଡ଼ିତାଙ୍କ ପରିବାରକୁ ସୁରକ୍ଷା ଯୋଗାଇ ଦେବାକୁ ସୁପ୍ରିମକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି ।

ପ୍ରକାଶ ଯେ, ଉତ୍ତର ପ୍ରଦେଶର ବହୁ ଚର୍ଚ୍ଚିତ ହାଥରାସ ଗଣଦୁଷ୍କର୍ମ ଅଭିଯୋଗ ମାମଲାର  ସିବିଆଇ ତଦନ୍ତ କରାଯାଉଛି । ତେବେ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ତଦନ୍ତ କରାଯିବା ନେଇ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଥିଲା ।

Share

Leave a Reply

Your email address will not be published. Required fields are marked *

2 × 2 =