୧୧ ଜିଲ୍ଲାରେ ଘଡଘଡି ସହ କାଳବୈଶାଖୀ ବର୍ଷା ଆଶଙ୍କା

ଭୁବନେଶ୍ୱର() ରାଜ୍ୟରେ ବିଜୁଳି ଓ ଘଡଘଡି ସହ କାଳବୈଶାଖୀ ବର୍ଷା ହେବା ନେଇ ପୂର୍ବାନମାନ କରିଛି ଆଂଚଳିକ ପାଣିପାଗ ବିଭାଗ । କେତେକ ସ୍ଥାନରେ କୁଆପଥର ବର୍ଷା ହୋଇପାରେ । ପବନର ବେଗ ଘଂଟା ପ୍ରତି ୫୦ରୁ ୬୦ କିଲୋମିଟର ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ବାଲେଶ୍ୱର, କେନ୍ଦୁଝର, ମୟୁରଭଞ୍ଜ, ସୁନ୍ଦରଗଡ, ଦେବଗଡ, ସମ୍ବଲପୁର, ଅନୁଗୁଳ, ଯାଜପୁର, ରାୟଗଡା, ଗଜପତି ଓ କନ୍ଧମାଳ ଜିଲ୍ଲାରେ ଏହାର ପ୍ରଭାବ ଦେଖାଯିବ । ଏସବୁ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ରାଜ୍ୟରେ କାଳବୈଶାଖୀର ବର୍ଷା ଜାରି ରହିଛି । ଆଗାମୀ ୪ଦିନ ପର୍ୟ୍ୟନ୍ତ ଏହାର ପ୍ରଭାବ ଅନୁଭୂତ ହେବ ।

Share

Leave a Reply

Your email address will not be published. Required fields are marked *

17 − ten =