ମରାମତି ହେବ ବାଇଶି ପାହାଚ

ପୁରୀ()  ଶ୍ରୀମନ୍ଦିରର ବାଇଶି ପାହାଚର ମରାମତି କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି ।  ପ୍ରତ୍ନତତ୍ତ୍ୱ ବିଭାଗର ଟିମ ଦ୍ୱାରା ବାଇଶି ପାହାଚର ଅନୁଧ୍ୟାନ କରାଯିବା ପରେ ଏହି ନିଷ୍ପତ୍ତି ନିଆଯାଇଛି । ପ୍ରତ୍ନତତ୍ତ୍ୱ ବିଭାଗର ଟିମ  ଅନୁଧ୍ୟାନ କରିବା ବେଳେ ପାହାଚର ଦୁର୍ବଳ ପଥରକୁ ଚିହ୍ନଟ କରିଛନ୍ତି । ବାଇଶି ପାହାଚର ମରାମତି କରାଯିବାବେଳେ ଆବଶ୍ୟକ ପଡ଼ିଲେ ଦୁର୍ବଳ ପଥରକୁ ପରିବର୍ତ୍ତନ କରାଯିବାକୁ ନେଇ ମଧ୍ୟ ନିଷ୍ପତ୍ତି ନିଆଯାଇଛି ।  ପୂର୍ବରୁ ଉତ୍ତର ଓ ପଶ୍ଚିମ ଦ୍ୱାର ପଟ ପାହାଚର ମରାମତି କରାଯାଇଛି । ଅନ୍ୟପକ୍ଷରେ  ପ୍ରତ୍ନତତ୍ତ୍ୱ ବିଭାଗର ଟିମ  ମହାଲକ୍ଷ୍ମୀ ଓ ବିମଳାଙ୍କ ମନ୍ଦିର ମଧ୍ୟ ଅନୁଧ୍ୟାନ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

18 + 15 =