ଆତ୍ମହତ୍ୟା କଲେ ବିଜେପି ବିଧାୟକ ଦେବେନ୍ଦ୍ର ନାଥ

କୋଲକାତା() ଆତ୍ମହତ୍ୟା କଲେ ପଶ୍ଚିମବଙ୍ଗର ବିଜେପି ବିଧାୟକ ଦେବେନ୍ଦ୍ର ନାଥ ରୟ । ତାଙ୍କ ଶବ  ଘର ପାଖରେ ଦଉଡ଼ିରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର ହୋଇଛି। ଦେବେନ୍ଦ୍ର ଗତ ବର୍ଷ ହିଁ ସିପିଏମରୁ ଭାଜପାରେ ସାମିଲ ହୋଇଥିଲେ। ସେ ଲୋକସଭା ନିର୍ବାଚନ ପରେ ପାର୍ଟିର ସଦସ୍ୟତା ନେଇଥିଲେ। ଗତ ବର୍ଷ ଲୋକସଭା ନିର୍ବାଚନର ଫଳାଫଳ ଆସିବା ପରେ ପଶ୍ଚିମବଙ୍ଗର ସତ୍ତାଧାରୀ ପାର୍ଟି ଟିଏମସିର ଦୁଇ ବିଧାୟକ ଏବଂ ୫୦ ପାଖାପାଖି ପାର୍ଷଦ ଭାଜପାରେ ସାମିଲ ହୋଇଥିଲେ। ଏହା ବ୍ୟତୀତ ହେମତାବାଦରୁ ମଧ୍ୟ ସିପିଏମର ବିଧାୟକ ଦେବେନ୍ଦ୍ର ରେ ପାର୍ଟିର ସଦସ୍ୟତା ଗ୍ରହଣ କରିଥିଲେ।

ସେପଟେ ପଶ୍ଚିମବଙ୍ଗର ଭାଜପା କହିଛି ଯେ ଉତ୍ତର ଦିନାଜପୁରରେ ରିଜର୍ଭଡ ସିଟ୍ ହେମତାବାଦର ଭାଜପା ବିଧାୟକ ଦେବେନ୍ଦ୍ର ନାଥଙ୍କ ଶବ ତାଙ୍କ ଗାଁ ଘର ପାଖରେ ଦଉଡ଼ିରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ଲୋକଙ୍କ ମତରେ ତାଙ୍କୁ ପ୍ରଥମେ ହତ୍ୟା କରାଯାଇଥିଲା ଏବଂ ପରେ ଟାଙ୍ଗି ଦିଆଯାଇଥିଲା।

ଭାଜପା ନେତା ରାହୁଲ ସିହ୍ନା ଟିଏମସି ବିରୋଧରେ ହତ୍ୟା ଅଭିଯୋଗ ଲଗାଇ ସିବିଆଇ ତଦନ୍ତର ଦାବି କରିଛନ୍ତି। ସେ କହିଛନ୍ତି ଯେ ଆମେ ଭାଜପା ବିଧାୟକ ଦେବେନ୍ଦ୍ର ନାଥ ରେଙ୍କ ହତ୍ୟାର ସିବିଆଇ ତଦନ୍ତ ଦାବି କରୁଛୁ। ତୃଣମୂଳ କଂଗ୍ରେସ୍ ଏହି ହତ୍ୟା ପଛରେ ରହିଛି ଏବଂ ସେ ଏହାକୁ ଆତ୍ମହତ୍ୟା ରୂପ ଦେଇଛି। ସେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛନ୍ତି ଯେ ହତ୍ୟା ପଛରେ ସତ୍ୟତା ପତ୍ତା ଲଗାଇବା ପାଇଁ ସିବିଆଇ ତଦନ୍ତର ଆଦେଶ ଦିଅନ୍ତୁ।

 

Share

Leave a Reply

Your email address will not be published. Required fields are marked *

twelve − 2 =