ଆରବିଆଇର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଭୁବନେଶ୍ୱର() ଲକ ଡାଉନ ବଢ଼ାଇବା ସପକ୍ଷରେ ୬ ରାଜ୍ୟ । କରୋନାର ତାଣ୍ଡବ କମିନଥିବାରୁ ୬ ରାଜ୍ୟ ଲକ ଡାଉନ ଉଠାଇବା ସପକ୍ଷରେ ନାହାନ୍ତି । ମେ ୩ ତାରଖରେ ଲକ ଡାଉନ ଅବଧି ଶେଷ ହେଉଥିବା ବେଳେ ଆଜି ସବୁରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରୁଛନ୍ତି । କିନ୍ତୁ ଦିଲ୍ଲୀ ସରକାର ମେ ୧୫ ଯାଏ ଲକ ଡାଉନ ଅବଧି ବଢ଼ାଇବାକୁ ଚାହଁଥିବା ବେଳେ ମହାରାଷ୍ଟ୍ର ସରକାର ମେ ୧୮ ଯାଏ ବଢ଼ାଇବାକୁ ଚାହୁଁଛନ୍ତି । ସେହପରି ଓଡିଶା ସମେତ ପଂଜାବ,ମଧ୍ୟପ୍ରଦେଶ,ପଶ୍ଚିମବଂଗ ବି ଲକ ଡାଉନ ବଢ଼ାଇବା ସପକ୍ଷରେ ଅଛନ୍ତି । ଦେଶରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୨୮ ହଜାର ରେ ପଂହଚିଥିବା ବେଳେ ଏହି ରାଜ୍ୟ ମାନେ ଏବେ ରିକ୍ସ ନେବା ମୁଡରେ ନାହାନ୍ତି ।

ମ୍ୟୁଚୁଆଲ୍ ଫଣ୍ଡ ଉପରେ ନଗଦ ଚାପ ହ୍ରାସ କରିବାକୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ମ୍ୟୁଚୁଆଲ ଫଣ୍ଡ ପାଇଁ ଆରବିଆଇ ୫୦ ହଜାର କୋଟିର ଏକ ସ୍ୱତନ୍ତ୍ର ନଗଦ ସୁବିଧା ଘୋଷଣା କରିଛି।

ମ୍ୟୁଚୁଆଲ୍ ଫଣ୍ଡ୍ଗୁଡ଼ିକ ପାଇଁ ସୋମାବାର ଦିନ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ୫୦ ହଜାର କୋଟି ଟଙ୍କାର ସ୍ପେସାଲ୍ ଲିକ୍ୟୁଡିଟି ଫେସିଲିଟି ଘୋଷଣା କରିଛି।
ଗତ ସପ୍ତାହରେ ଫ୍ରାଙ୍କ୍‌ଲିନ୍ ଟେମ୍ପଲ୍ଟନ୍ ୬ଟି ଫଣ୍ଡ୍ ବନ୍ଦ କରିବା ପରେ ରିଜର୍ଭ ବ୍ୟାଙ୍କ୍ ଏହି ପଦକ୍ଷେପ ଗ୍ରହଣ କରିଛି। ରିଜର୍ଭ ବ୍ୟାଙ୍କ୍ କହିଛି ଯେ କରୋନାଭାଇରସ୍ ଲକ୍ଡାଉନ୍ ପୁଞ୍ଜି ବଜାରରେ ଅସ୍ଥିରତା ବଢ଼ାଇ ଦେଇ ମ୍ୟୁଚୁଆଲ୍ ଫଣ୍ଡ୍ରେ ଲିକ୍ୟୁଡିଟି ଚାପ ପକାଇଛି। କେତେକ ମ୍ୟୁଚୁଆଲ୍ ଫଣ୍ଡ୍ ବନ୍ଦ ଯୋଗୁଁ ଋଣ ପରିଶୋଧ ଚାପ ଲିକ୍ୟୁଡିଟି ଷ୍ଟ୍ରେନ୍କୁ ତୀବ୍ରତର କରିପକାଇଛି। କିନ୍ତୁ, ରିଜର୍ଭ ବ୍ୟାଙ୍କ୍ ଆହୁରି କହିଛି ଯେ ସାମ୍ପ୍ରତିକ ପରିସ୍ଥିତିରେ କେବଳ ହାଇ-ରିସ୍କ୍ ଡେଟ୍ ମ୍ୟୁଚୁଆଲ୍ ଫଣ୍ଡ ଉପରେ ଚାପ ସୀମିତ ରହିଛି। ବୃହତ୍ତର ଶିଳ୍ପ ଲିକୁଇଡ୍ ରହିଛି।

ରିଜର୍ଭ ବ୍ୟାଙ୍କ୍ ବିବୃତିରେ ଉଲ୍ଲେଖ ଅଛି ଯେ ମ୍ୟୁଚୁଆଲ୍ ଫଣ୍ଡ୍ ପାଇଁ ସ୍ପେସାଲ୍ ଲିକ୍ୟୁଡିଟି ଫେସିଲିଟି ଅସୀମିତ ଏବଂ ପ୍ରସ୍ତୁତ ହୋଇ ରହିଛି। ଛୁଟି ଦିନ ବ୍ୟତୀତ ସୋମବାର ଠାରୁ ଶୁକ୍ରବାର ମଧ୍ୟରେ ଯେକୌଣସି ଦିନ ବ୍ୟାଙ୍କମାନେ ସେମାନଙ୍କର ବିଡ୍ ଦାଖଲ କରି ଫଣ୍ଡ୍ ପାଇ ପାରିବେ।

Share

Leave a Reply

Your email address will not be published. Required fields are marked *

three × three =